ରାସ୍ତା ଉପରେ ଚଳନ୍ତା କାର୍‌ ଜଳିଗଲା

ରାସ୍ତା ଉପରେ ଚଳନ୍ତା କାର୍‌ ଜଳିଗଲା

ବଲାଙ୍ଗୀର: ବଲାଙ୍ଗୀର-ମହୀମୁଣ୍ଡା ରାସ୍ତାର ପୁଡ଼ାପାଲି ଛକ ନିକଟରେ ବୁଧବାର ଏକ ଚଳନ୍ତା କାର୍‌ ଜଳିଯାଇଥିଲା। ସୌଭାଗ୍ୟବଶତଃ ଏହାର ଚାଳକ ଅଳ୍ପକେ ରକ୍ଷା ପାଇଯାଇଥିଲେ। ବଲାଙ୍ଗୀର ସହରର ବ୍ୟବସାୟୀ ରୂପେଶ ଅଗ୍ରୱାଲ ନିଜ କାର୍‌ରେ ତୁଷୁରାକୁ ଯାଉଥିଲେ। ହଠାତ୍‌ ସର୍ଟସର୍କିଟ ହୋଇ କାର୍‌ରୁ ଧୂଆଁ ବାହାରିଥିଲା।

କାର୍‌କୁ ଅଟକାଇ ସେ ଓହ୍ଲାଇ ଯାଇଥିଲେ। ତାପରେ ଗାଡ଼ିଟି ହୁତୁ ହୁତୁ ହୋଇ ଜଳିଯାଇଥିଲା। ଏନେଇ ସେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ବଲାଙ୍ଗୀର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ କାର୍‌ଟି ଜଳିସାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe