ଆରମ୍ଭ ହେବ ଡିଏଲ୍‌ ଟେଷ୍ଟ, ମଞ୍ଜୁରୀ ଦେଲେ ସରକାର

Advertisment
ରାଜ୍ୟ ପରିବହନ କର୍ତ୍ତୃପକ୍ଷ-ଏନ୍‌ଏସ୍‌ଆଇସି ଚୁକ୍ତି : ଆରଟିଓରୁ ଉଠିଯିବ ଧାଡ଼ି ବ୍ୟବସ୍ଥା

ଭୁବନେଶ୍ବର: କୋଭିଡ୍‌ କଟକଣା ପାଇଁ ସ୍ଥଗିତ ରହିଥିବା ଡିଏଲ୍‌(ଗାଡ଼ି ଚାଳନା ଲାଇସେନ୍ସ) ଓ ଏଲ୍‌ଏଲ୍‌(ଲର୍ଣ୍ଣିଂ ଲାଇସେନ୍ସ) ପାଇଁ ପରୀକ୍ଷା ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏ ନେଇ  ପ୍ରଦାନ କରିଛନ୍ତି। ପରିବହନ ଆୟୁକ୍ତ ତାରିଖ ଧାର୍ଯ୍ୟ କରିବା ସହ ଶୃଙ୍ଖଳିତ ଢଙ୍ଗରେ ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର ପରିବହନ ଆୟୁକ୍ତଙ୍କୁ ଚିଠି ଲେଖିଛନ୍ତି।

କୋଭିଡ୍‌ କଟକଣା ଯେଭଳି କଡ଼ାକଡ଼ି ଭାବରେ ପାଳନ ହେବ ତାହା ଉପରେ ନଜର ରଖିବାକୁ କୁହାଯାଇଛି। ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଓ ବାହାରେ ପାନ ଛେପ ନ ପକାଇବା ପାଇଁ ନିର୍ଦ୍ଦେଶ ରହିଛି। ଏହାକୁ ନଜରରେ ରଖି କମିସନର ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିବାକୁ କୁହାଯାଇଛି। ଦିନକୁ କେତେ ଲୋକ ଆସିବେ, କିଭଳି ବୁକିଂ କରିବେ ଏ ସବୁ ନେଇ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ପୂର୍ବରୁ ଲୋକମାନେ ଯେଭଳି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ତାହା ଉପରେ ନଜର ରଖିବାକୁ କୁହାଯାଇଛି। ସୂଚନାଯୋଗ୍ୟ, କୋଭିଡ୍‌ କଟକଣା ପାଇଁ ଏହି ପରୀକ୍ଷା ବନ୍ଦ ରଖାଯାଇଥିଲା। ବୈଧତା ଶେଷ ହୋଇଥିବା ଲାଇସେନ୍ସର ବୈଧତାକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe