ରାୟଗଡ଼ା ରେଳଷ୍ଟେସନରେ ବିଭିନ୍ନ କାର୍ଯ୍ୟର ଅଗ୍ରଗତି, ବ୍ୟବସ୍ଥାର ସମୀକ୍ଷା କଲେ ଡିଆରଏମ୍‌

Advertisment
ରାୟଗଡ଼ା ରେଳଷ୍ଟେସନରେ ବିଭିନ୍ନ କାର୍ଯ୍ୟର ଅଗ୍ରଗତି, ବ୍ୟବସ୍ଥାର ସମୀକ୍ଷା କଲେ ଡିଆରଏମ୍‌

ରାୟଗଡ଼ା: ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନର ଡିଭିଜନାଲ ରେଳବାଇ ମ୍ୟାନେଜର (ଡିଆରଏମ) ସୌରଭ ପ୍ରସାଦ ମଙ୍ଗଳବାର ରାୟଗଡ଼ା ରେଳ ଷ୍ଟେସନ ପରିଦର୍ଶନରେ ଆସି ରେଳଷ୍ଟେସନର ବିଦ୍ୟମାନ ରହିଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି କାର୍ଯ୍ୟ ଏବଂ ଷ୍ଟେସନରେ ରେଳଯାତ୍ରୀଙ୍କ ନିମନ୍ତେ ଆବଶ୍ୟକ ଥିବା ସୁବିଧା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଡିଆରଏମ ସୈାରଭ ପ୍ରସାଦ ନିରୀକ୍ଷଣ ସମୟରେ ରେଳ ଷ୍ଟେସନରେ ଥିବା ଫୁଟ୍ ଓଭରବ୍ରିଜ, ସର୍କୁଲାର ଅଂଚଳ, ପାର୍କିଂ ସ୍ଥାନ ଏବଂ ଷ୍ଟେସନ ବିଲ୍ଡିଂ ଉନ୍ନତିର ବିସ୍ତୁତ ଯାଂଚ କରିଥିଲେ। ଏହି ଯାଂଚ ସମୟରେ ଯାତ୍ରୀ ସେବାରେ ଉନ୍ନତି ଆଣିବା ପାଇଁ ସେମାନଙ୍କର ଦାବି ଏବଂ ପରାମର୍ଶକୁ ସମାଧାନ କରିବା ପାଇଁ ଡିଆରଏମ ରାୟଗଡା ସହରର ବିଭିନ୍ନ ସଂଗଠନର ପ୍ରତିନିଧିମାନଙ୍କ ସହିତ ଯୋଗାଯୋଗ କରିଥିଲେ। ନିରାପତ୍ତା ପ୍ରୋଟୋକଲଗୁଡିକର ଅନୁପାଳନ, ରେଳ ଯାତ୍ରୀଙ୍କ ସୁବିଧା ଏବଂ ଭିତିଭୂମି ବୃଦ୍ଧି ପାଇଁ ଡିଆରଏମଙ୍କ ଏହି ଗସ୍ତର ପ୍ରାଥମିକତା ରହିଥିଲା।

ଏହି ଅବସରରେ ରାୟଗଡା ରେଳ ଷ୍ଟେସନରେ ନୂତନ ଭାବେ ନିର୍ମାଣ ହୋଇଥିବା ରେଳବାଇ ପୁଲିସ ସୁରକ୍ଷା ବଳ ଥାନାର ଉଦଘାଟନ କରିଥିଲେ। ପରେ ଡିଆରଏମ ରାୟଗଡ଼ାରୁ ବିଜୟନଗରମ୍ ମଧ୍ୟରେ ଥିବା ରେଳ ଷ୍ଟେସନଗୁଡିକର ଭିତିଭୂମିର ବିକାଶ, କାର୍ଯ୍ୟକଳାପ ଏବଂ ସୁବିଧାଗୁଡିକର ଅଗ୍ରଗତି ଯାଂଚ କରି ଫେରିଥିଲେ। ଡିଆରଏମ ସୈାରଭ ପ୍ରସାଦଙ୍କ ଏହି ଗସ୍ତ ସମୟରେ ଏଡିଆରଏମଙ୍କ ସମେତ ଅନ୍ୟ ବରିଷ୍ଠ ରେଳବାଇ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe