ଡିଆର୍‌ଏମ୍‌ଙ୍କ ବରଗଡ଼ ରୋଡ଼ ଷ୍ଟେସନ୍‌ ପରିଦର୍ଶନ

ଡିଆର୍‌ଏମ୍‌ଙ୍କ ବରଗଡ଼ ରୋଡ଼ ଷ୍ଟେସନ୍‌ ପରିଦର୍ଶନ

ସମ୍ବଲପୁର : ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ ବିନିତ୍ ସିଂହ ସମ୍ବଲପୁର-ଟିଟିଲାଗଡ଼ ସେକ୍‌ସନ ଅନ୍ତର୍ଗତ ବରଗଡ଼ ରୋଡ୍ ରେଳ ଷ୍ଟେସନ୍ ପରିଦର୍ଶନ ଓ ଯାଞ୍ଚ କରିଛନ୍ତି। ସେ ଷ୍ଟେସନ୍‌ର ବିଭିନ୍ନ ଯାତ୍ରୀ ସୁବିଧା ବ୍ୟବସ୍ଥାର ଯାଞ୍ଚ କରିବା ସହ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।

ସେ କର୍ମଚାରୀମାନଙ୍କ ସହ ଆଲୋଚନା କରି ନିରାପତ୍ତା ନିୟମ ଗୁଡ଼ିକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦେଇଥିଲେ। ସେ ମଧ୍ୟ ନୂଆ କରି ନିର୍ମାଣ ହୋଇଥିବା ସହକାରୀ ମଣ୍ଡଳ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ କୋଠାର ଉଦ୍‌ଘାଟନ କରିଥିଲେ। ଏହାପରେ ବରଗଡ଼ ରୋଡ୍‌ରୁ ସମ୍ବଲପୁର ଷ୍ଟେସନ୍ ପର୍ଯ୍ୟନ୍ତ ୱିଣ୍ଡୋ ଟ୍ରେଲିଂ ଜରିଆରେ ରେଳ ଲାଇନ୍ ଯାଞ୍ଚ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe