ବଢ଼ୁଛି ଚୋରି ଡକାୟତି ଆତଙ୍କ, ତିଖାଲି ଡ୍ୟାମ୍‌ ଅଞ୍ଚଳରେ ଉଡ଼ିଲା ଡ୍ରୋନ୍

Advertisment
ବଢ଼ୁଛି ଚୋରି ଡକାୟତି ଆତଙ୍କ, ତିଖାଲି ଡ୍ୟାମ୍‌ ଅଞ୍ଚଳରେ ଉଡ଼ିଲା ଡ୍ରୋନ୍

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ତଥା ପଡ଼ୋଶୀ କଳାହାଣ୍ଡି ଜିଲ୍ଲାରେ ଚୋରି ଡକାୟତି ଆତଙ୍କ ବଢ଼ିବାରେ ଲାଗିଛି। ଗୁରବାର ରାତିରେ କଳାହାଣ୍ଡି ଜିଲ୍ଲାର ଭିନ୍ନ ସ୍ଥାନରେ ଡ୍ରୋନ୍ କ୍ୟାମେରା ଉଡ଼ୁଥିବା ଦେଖା ଯାଇଥିବା ବେଳେ ଶୁକ୍ରବାର ରାତିରେ ଖଡ଼ିଆଳ ଅନ୍ତର୍ଗତ ତୁକୁଲା, କିରିକିଟା, ନେହେନା, ସାନମହେଶ୍ବର, ଏପରିକି ସମ୍ବେଦନଶୀଳ ସ୍ଥାନ ତିଖାଲି ଡ୍ୟାମ ପରିସରରେ ଡ୍ରୋନ୍ କ୍ୟାମେରା ଉଡୁଥିବା ଦେଖାଯାଇଛି। ତେବେ କିଏ ଏହି ଡ୍ରୋନ୍ କ୍ୟାମେରା ଉଡ଼ାଉଛି ଜଣାପଡ଼ି ନଥିବା ବେଳେ ଶନିବାର ଖଡ଼ିଆଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗୌତମ ତାଣ୍ଡିଙ୍କ ଉଦ୍ୟମରେ ଏକ ପ୍ରତିନିଧି ଦଳ ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କୁ ଭେଟି ତଦନ୍ତ ଦାବି କରିଛନ୍ତି।

ଅନ୍ୟପକ୍ଷରେ ବାହାର ରାଜ୍ୟକୁ ଆସୁଥିବା ଲୋକଙ୍କୁ ଗାଁକୁ ପଶିବାକୁ ଦେଉନଥିବା ଦେଖାଦେଇଛି। ଏ ସମ୍ପର୍କରେ ଖଡ଼ିଆଳ ଆଇଆଇସି ଶ୍ରୀ ମୁଦୁଲିଙ୍କୁ ପଚାରିବାରୁ ଦୁଇ ତିନି ଦିନ ହେଲା ପୁଲିସ୍‌ ପ୍ରଶାସନ ପକ୍ଷରୁ ଅଣ ଓଡ଼ିଆଙ୍କୁ ଚିହ୍ନଟ କରି ପଚରାଉଚୁରା କରାଯାଉଛି। ତେବେ ଅଣ ଓଡ଼ିଆ ବ୍ୟକ୍ତି ଆସି ରହିଲେ ସମ୍ପୃକ୍ତ ଲଜ୍‌ ମାଲିକ ଓ ଭଡ଼ା‌ରେ ଦେଇଥିବା ଘର ମାଲିକ ସେମାନଙ୍କ ଆଧାରକାର୍ଡ ତଥା ପରିଚୟପତ୍ର ପୁଲିସ୍‌ ପାଖରେ ଦେବାକୁ ସୂଚନା ଦିଆଯାଇଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe