ସୂର୍ଯ୍ୟ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ଯୁବକଙ୍କୁ ଛାଡ଼ିଦେଲେ ଏଏସ୍‌ଆଇ କର୍ତୃପକ୍ଷ

ସୂର୍ଯ୍ୟ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

କୋଣାର୍କ : କୋଣାର୍କ ସୂର୍ଯ୍ୟମନ୍ଦିରରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର ହଟାଯିବା ପ୍ରସଙ୍ଗକୁ ନେଇ ତମ୍ବିତୋଫାନ ଚାଲିଥିବା ବେଳେ ଆଜି ସୂର୍ଯ୍ୟମନ୍ଦିର ଉପରେ ବେଆଇନ ଭାବେ ଉଡ଼ିଛି ଡ୍ରୋନ୍‌ କ୍ୟାମେରା। ମନ୍ଦିରର ସୁରକ୍ଷା ପାଇଁ ନିୟୋଜିତ ସୁରକ୍ଷା କର୍ମୀଙ୍କ ଆଖିରେ ଧୂଳି ଦେଇ ଜଣେ ଅଣ ଓଡ଼ିଆ ଯୁବକ ମନ୍ଦିର ପରିସରରେ ଦୀର୍ଘ ସମୟ ଧରି ଡ୍ରୋନ୍‌ କ୍ୟାମେରାରେ ଫଟୋ ଉତ୍ତୋଳନ କରିଥିଲେ। ମନ୍ଦିର ଉପରେ ଡ୍ରୋନ୍‌ ଉଡ଼ୁଥିବା ଦେଖି କିଛି ଗଣମାଧ୍ୟମ ପ୍ରତିନିଧି ସଂପୃକ୍ତ ଯୁବକଙ୍କ ନିକଟକୁ ଯାଇ ତାଙ୍କୁ ଏ ସଂପର୍କରେ ପଚାରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଗହଳି ଜମିଥିବା ବେଳେ ଖବର ପାଇ ଘରୋଇ ସୁରକ୍ଷା କର୍ମୀ ଓ ଏଏସ୍‌ଆଇର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ କଥା ପ୍ରଘଟ ହୋଇଯିବା ଭୟରେ ଡ୍ରୋନ୍‌ ଉଡ଼ାଉଥିବା ଯୁବକଙ୍କୁ ସୁରକ୍ଷା କର୍ମୀ ଓ ଏଏସ୍‌ଆଇ କର୍ମଚାରୀମାନେ ତରବରିଆ ଭାବେ ଏଏସ୍‌ଆଇ କାର୍ଯ୍ୟାଳୟକୁ ନେଇ ଯାଇଥିଲେ। ସେଠାରେ ସଂପୃକ୍ତ ଯୁବକଙ୍କ ମୋବାଇଲ ଓ ଡ୍ରୋନ୍‌ କ୍ୟାମେରାରୁ ସମସ୍ତ ଫଟୋ ଡିଲିଟ୍‌ କରିବା ପରେ ଏଏସ୍‌ଆଇ କର୍ତୃପକ୍ଷ ଯୁବକ ଜଣଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe