୧୨ ଜଣଙ୍କୁ ଡ୍ରୋନ୍ ପାଇଲଟ୍ ତାଲିମ୍, କ୍ୟାପିଟାଲ ହସ୍ପିଟାଲରେ ପରୀକ୍ଷାମୂଳକ ପରୀକ୍ଷଣ

Advertisment

ବିଶୋଧନ, ରକ୍ତ ପରିବହନ ଓ କ୍ଷୟକ୍ଷତିର ଆକଳନ କରିବ ଡ୍ରୋନ୍

ବିଶୋଧନ, ରକ୍ତ ପରିବହନ ଓ କ୍ଷୟକ୍ଷତିର ଆକଳନ କରିବ ଡ୍ରୋନ୍

୧୨ ଜଣଙ୍କୁ ଡ୍ରୋନ୍ ପାଇଲଟ୍ ତାଲିମ୍, କ୍ୟାପିଟାଲ ହସ୍ପିଟାଲରେ ପରୀକ୍ଷାମୂଳକ ପରୀକ୍ଷଣ

ଭୁବନେଶ୍ବର : ଆକାଶ ମାର୍ଗରେ ରକ୍ତଭଣ୍ଡାରରୁ ରକ୍ତ ପରିବହନ ସାଙ୍ଗକୁ ସଂକ୍ରମିତ ଅଞ୍ଚଳକୁ ବିଶୋଧନ। ତାଲାବନ୍ଦ ସମୟରେ ନିୟମ ମାନୁ ନ ଥିବା ଅମାନିଆଙ୍କୁ ଧରିବାରେ ପୁଲିସକୁ ସହାୟତା କରିବ ଡ୍ରୋନ୍। ତେବେ ଏହାର ପରିଚାଳନା ପାଇଁ ରାଜ୍ୟରେ କେହି ଡ୍ରୋନ୍ ପାଇଲଟ୍ ନ ଥିଲେ। ଫଳରେ ବାହାର ରାଜ୍ୟ ଉପରେ ଓଡ଼ିଶାକୁ ନିର୍ଭର କରିବାକୁ ପଡ଼ୁଥିଲା। ମାତ୍ର ହ୍ୟୁମାନିଟାରିଆନ୍ ଏଡ୍ ଇଣ୍ଟରନାସନାଲ ଓ ଜେନ୍ ଏରେସ୍ପେସ୍‌ର ମିଳିତ ଉଦ୍ୟମରେ ରାଜଧାନୀ‌‌ରେ ଡ୍ରୋନ୍‌ ପାଇଲଟ୍ ତାଲିମ୍‌ ପ୍ରଦାନ କରାଯାଇଛି। ଦୀର୍ଘ ୨୫ ଦିନ ଧରି ୧୨ଜଣଙ୍କୁ ଏହି ତାଲିମ୍‌ ଦିଆଯାଇଥିଲା। ଏଥିରେ ୨ଜଣ ମହିଳା ରହିଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଆଜି ଏହାର ପରୀକ୍ଷାମୂଳକ ପରୀକ୍ଷା କରାଯାଇଥିଲା।

ସିୱାଇଏସ୍‌ଡି ପକ୍ଷରୁ ରାଜ୍ୟରେ ପରୀକ୍ଷାମୂଳକ ତାଲିମ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଛି। କରୋନା ପରିସ୍ଥିତିରେ ଡ୍ରୋନ୍‌ର ଉପାଦେୟତା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ତାଲିମ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ତାଲିମର ଶେଷ ଦିବସରେ ପ୍ରଶିକ୍ଷାର୍ଥୀମାନେ କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପରିମଳ କର୍ମଚାରୀ, ପୁଲିସ ଓ ନିରାପତ୍ତା ରକ୍ଷୀଙ୍କ ଭଳି କୋଭିଡ୍‌ ଯୋଦ୍ଧାମାନଙ୍କୁ ଡ୍ରୋନ୍ ଜରିଆରେ ଫୁଲବର୍ଷା କରି ସମ୍ମାନ ଜଣାଇଥିଲେ। ଲୋକମାନଙ୍କ ପାଖରେ ସରକାରଙ୍କ ସୁବିଧା ଓ ରିଲିଫ୍ ସହିତ କରୋନା ସଂକ୍ରମଣକୁ ହ୍ରାସ କରିବାରେ ଡ୍ରୋନ୍ ସହାୟକ ହୋଇପାରିବ ବୋଲି ସିୱାଇଏସ୍‌ଡିର ସହ ପ୍ରତିଷ୍ଠା ଜଗଦାନନ୍ଦ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe