ନକ୍ସଲ ବିଛାଇଥିଲେ ମୃତ୍ୟୁର ଜାଲ : ଡ୍ରୋନ୍‌ ବଞ୍ଚାଇଲା ଯବାନଙ୍କ ଜୀବନ

Advertisment

୩ଟି ଜୀବନ୍ତ ବୋମା ଉଦ୍ଧାର, ମାଲକାନଗିରି ପୁଲିସ୍‌ ବି ବ୍ୟବହାର କରିବ ଡ୍ରୋନ୍‌ କ୍ୟାମେରା

୩ଟି ଜୀବନ୍ତ ବୋମା ଉଦ୍ଧାର, ମାଲକାନଗିରି ପୁଲିସ୍‌ ବି ବ୍ୟବହାର କରିବ ଡ୍ରୋନ୍‌ କ୍ୟାମେରା

ନକ୍ସଲ ବିଛାଇଥିଲେ ମୃତ୍ୟୁର ଜାଲ : ଡ୍ରୋନ୍‌ ବଞ୍ଚାଇଲା ଯବାନଙ୍କ ଜୀବନ

ମାଲକାନଗିରି : ଯବାନଙ୍କ ରାସ୍ତାରେ ନକ୍ସଲ ବିଛାଇଥିଲେ ମୃତ୍ୟୁର ଜାଲ। ପ୍ରତି ପାଦରେ ରହିଥିଲା ବିପଦ। ଏମିତି ଯୋଜନା ହୋଇଥିଲା ଯେ ଏହି ବ୍ୟୂହରେ ଥରେ ପଶିଲେ ଆଉ ବାହାରି ହେବନାହିଁ। ମୃତ୍ୟୁ ନିଶ୍ଚିତ। କିନ୍ତୁ ସଠିକ୍ ଅନୁମାନ ଏବଂ ଆଧୁନିକ ଡ୍ରୋନ୍ ଯୋଗୁଁ ଏହି ଯୋଜନାକୁ ପଣ୍ଡ କରି ଦେଇଛନ୍ତି ସିଆରପିଏଫ୍‌ ଯବାନ। ସେତିକି ନୁ‌େହଁ, ଅନ୍ୟ ବାଟରେ ବହୁଦୂର ପର୍ଯ୍ୟନ୍ତ ନକ୍ସଲଙ୍କୁ ଘଞ୍ଚ ଜଙ୍ଗଲରେ ଖେଦି ଯାଇଛନ୍ତି।

ବିଶ୍ବସ୍ତ ସୂତ୍ରରୁ ଦନ୍ତେୱାଡା ପୁଲିସ୍‌କୁ ଠୋସ୍ ସୂଚନା ମିଳିଥିଲା ଯେ, ଅରଣପୁର ଏବଂ କୋଣ୍ଡାବାଲି ଅଞ୍ଚଳରେ ବହୁ ସଂଖ୍ୟାରେ ନକ୍ସଲ କ୍ୟାମ୍ପ କରିଛନ୍ତି। ଏହି ସୂଚନାକୁ ‌ଗୁଇନ୍ଦା ବିଭାଗ ମଧ୍ୟ ପକ୍କା କରିଥିଲା। ଏହାପରେ ପୁଲିସ୍‌ ଏବଂ ସିଆର୍‌ପିଏଫ୍‌ ଯବାନଙ୍କ ମିଳିତ ଅପରେସନ୍‌ ଆରମ୍ଭ ହୋଇଥିଲା। ବହୁସଂଖ୍ୟାରେ ଯବାନ କମ୍ବିଂ ଅପରେସନ୍‌ରେ ବାହାରିଥିଲେ।

ତେବେ, ନକ୍ସଲଙ୍କ କ୍ୟାମ୍ପ ନିକଟରେ ପହଞ୍ଚିବା ପୂର୍ବରୁ ପାରିପାର୍ଶ୍ବିକ ପରିସ୍ଥିତି ସନ୍ଦେହଜନକ ଲାଗିଥିଲା। ଘଞ୍ଚ ଜଙ୍ଗଲ ହୋଇଥିବାରୁ ନକ୍ସଲଙ୍କ ଆମ୍ବୁସରେ ଫସି ଯିବାର ଆଶଙ୍କା ରହିଥିଲା। ତେଣୁ ସୁରକ୍ଷାକୁ ଗୁରୁତ୍ବ ଦେଇ ‌ ଆଧୁନିକ ଜ୍ଞାନ କୌଶଳର ସହାୟତା ନେଇଥିଲେ ଯବାନ। ଯେଉଁ ରାସ୍ତା ଦେଇ ଅପରେସନରେ ଯିବାକୁ ଯୋଜନା କରିଥିଲେ ତାହାର ଅନୁଧ୍ୟାନ ପାଇଁ ଉଡ଼ାଇ ଦେଇଥିଲେ ଡ୍ରୋନ୍। କିଛି ମିନିଟ୍‌ ମଧ୍ୟରେ ଡ୍ରୋନ୍ ଫଟୋ ଉତ୍ତୋଳନ କରି ପଠାଇବା ଆରମ୍ଭ କରିଥିଲା। ଯେଉଁ ଫଟୋ ସବୁ ମିଳିଥିଲା ତାହା ଯବାନଙ୍କୁ ଚକିତ କରିଥିଲା। କାରଣ ଆଉ କିଛି କିଲୋମିଟର ପରେ ସେମାନେ ପଡ଼ିଯାଇଥାନ୍ତେ ନକ୍ସଲ ବିଛାଇଥିବା ମୃତ୍ୟୁର ଜାଲରେ। କାରଣ ଜଙ୍ଗଲ ଭିତରେ ରହିଥିବା ମାଟି ରାସ୍ତାର ପ୍ରାୟ ୩୦ଟି ସ୍ଥାନରେ ଗାତ ଖୋଳିଥିଲେ ନକ୍ସଲ।

publive-image

ଶେଷ ମୁହୂର୍ତରେ ନକ୍ସଲଙ୍କ ଗତିବିଧି ଜାଣିବା ପରେ ଯବାନ ରଣନୀତି ବଦଳାଇ ଦେଇଥିଲେ। ନକ୍ସଲଙ୍କୁ ଘେରିବା ପାଇଁ ଅନ୍ୟ ଗୋଟିଏ ବାଟର ସନ୍ଧାନ କରିଥିଲେ। ସେହି ରାସ୍ତାରେ କିଛି ବାଟ ଆଗେଇ ଯାଇଥିଲେ। କିନ୍ତୁ ଏନେଇ ନକ୍ସଲ ଜାଣିବା ପରେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।

ପୁଲିସ୍‌ ପକ୍ଷରୁ ସର୍ଚ ଅପରେସନ ସମୟରେ ୩ଟି ଜୀବନ୍ତ ବୋମା ଉଦ୍ଧାର କରାଯାଇଥିଲା। ଯାହାକୁ ଘଟଣାସ୍ଥଳରେ ହିଁ ବିଶେଷଜ୍ଞ ନଷ୍ଟ କରି ଦେଇଥିଲେ। ଏମିତି ‌ଗୋଟିଏ ବଡ଼ଧରଣର ଅଘଟଣରୁ ଯବାନ ଅଳ୍ପକେ ବର୍ତ୍ତିଯାଇଥିବା ଦନ୍ତେଵାଡା ଏସ୍‌ପି ଅଭିଷେକ ପଲ୍ଲବ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ମାଲକାନଗିରି ପୁଲିସ୍‌ ମଧ୍ୟ ଆଗକୁ ପ୍ରତ୍ୟେକ ମାଓ ଦମନ ଅପରେସନରେ ବାହାରିଲେ ଡ୍ରୋନ୍‌ର ସହାୟତା ନେବ ବୋଲି ଜଣାପଡିଛି। ମାଲକାନଗିରି ପୁଲିସ ନିକଟରେ ମଧ୍ୟ ଡ୍ରୋନ୍‌ କ୍ୟାମେରା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe