ଭାପୁର ଅଞ୍ଚଳରେ ଗଜା ମରୁଡ଼ିର ପଦଧ୍ବନି: ଧାନବିଲରେ ଚରିଲେଣି ଛେଳି

ଗୃହରେ ପୁଣି ମରୁଡ଼ି ତାତି

ଭାପୁର : ଶ୍ରାବଣ ମାସର ୧୫ ଦିନ ଗଲାଣି। ମୂଷଳ ଧାରାରେ ବର୍ଷା ହୋଇ ନଦୀନାଳ, ପୋଖରୀ ଏବଂ ବିଲରେ ବର୍ଷାପାଣିର ଲହରି ଖେଳିବା ବଦଳରେ ଜମି ଫାଟି ଆଁ କରିଛି। କିନ୍ତୁ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅଂଚଳରେ ବର୍ଷାର ଅଭାବ ଯୋଗୁ ରୁଆଧାନ ବିଲ ଫାଟି ଆଁ କରିଥିବା ବେଳେ ଗଜା ଧାନବିଲରେ ଛେଳି ଚରୁଥିବା ଦେଖିବାକୁ ମିଳିଛି। ଚାଷୀ ମୁଣ୍ତ ଝାଳ ତୁଣ୍ତରେ ମାରି ବିଲରେ ଗଜା ଧାନ ଗଛ ବଞ୍ଚାଇବା ପାଇଁ ବିକଳ୍ପ ମାଧ୍ୟମରେ ଚୁଆ ପୋଖରୀ ସବୁରୁ ପମ୍ପ୍ ସହାୟତାରେ ପାଣି ମଡ଼ାଇ ଧାନ ଗଛ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ ଜାରିରଖିଛି।

publive-image

୨୦ଟି ପଞ୍ଚାୟତକୁ ନେଇ ଗଠିତ ଭାପୁର ବ୍ଲକ୍‌ ଅଂଚଳରେ ପ୍ରାୟ ୧୧ ହଜାର ୩୦୨ ହେକ୍ଟର ଜମି ମଧ୍ୟରୁ ଧାନ ଚାଷ ପାଇଁ ୭ ହଜାର ୭୩୫ ହେକ୍ଟରରୁ ୬ ହଜାର ୧୮୯ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି। ସେଥିମଧ୍ୟରୁ ୧୫ ଶହ ୪୮ହେକ୍ଟର ମଧ୍ୟରୁ ୭୮୩ ମଧ୍ୟମ ଏବଂ ୭୬୫ ନିମ୍ନ କିସମର ଜମି ରହିଛି। ସେଥି ମଧ୍ୟରୁ ଶତକଡ଼ା ୨୦ ଭାଗ ଜମି ଜଳସେଚିତ ହୋଇଥିବା ବେଳେ ଶତକଡା ୮୦ ଭାଗ ଜମି ଅଣ ଜଳସେଚିତ ହୋଇରହିଛି। ଢିପ ଜମି ୧୫ ଶହ ୧୦ ହେକ୍ଟର, ଖାଲୁଆ ଜମି ୨୨ ଶହ ୨୯ ହେକ୍ଟର ଏବଂ ମଝିଆ କିସମର ଜମି ୨୪ ଶହ ୫୦ ହେକ୍ଟର ରହିଛି। ବର୍ତ୍ତମାନ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଶତକଡ଼ା ୨୩ ଭାଗ ଅଧିକ ବର୍ଷା ହୋଇଛି ବୋଲି ଭାପୁର କୃଷି ବିଭାଗ ଆକଳନ କରିଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ହେଲା, ବର୍ତ୍ତମାନ ଭାପୁର ବ୍ଲକ‌୍ ଅଂଚଳରେ କମ୍ ବୃଷ୍ଟିପାତ ଯୋଗୁ ଧାନ ବିଲଗୁଡ଼ିକ ଫାଟି ଆଁ କରିରହିଥିବା ବେଳେ ଗଜା ଧାନ ବିଲରେ ଛେଳି ଚରିଗଲେଣି।

କିନ୍ତୁ ହଜାର ହଜାର ଚାଷୀ କିଭଳି ଧାନ ବିଲରେ ଗଜା ଧାନ ଗଛଗୁଡ଼ିକୁ ବଞ୍ଚାଇ ରଖିବେ ସେଥିପାଇଁ ବିକଳ୍ପ ବ୍ୟବସ୍ଥା ଆପଣାଇ ବିଲ ମଝିରେ ଥିବା ଚୁଆ, ପୋଖରୀ କିମ୍ବା ନାଳରେ ଥିବା କିଛି ପାଣିକୁ ମୋଟର ମଡ଼ାଉଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଯଦି ବର୍ଷା ନ ହେଲେ ପରିସ୍ଥିତି ଅଧିକ ସଂକଟଜନକ ହୋଇପଡ଼ିବ ବୋଲି ଚାଷୀକୁଳ ଚିନ୍ତାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe