ଖପ୍ରାଖୋଲ ବ୍ଲକରେ ପାଣି ଅଭାବରୁ ମରୁଡ଼ିର ଆଶଙ୍କା

Advertisment
ଖପ୍ରାଖୋଲ ବ୍ଲକରେ ପାଣି ଅଭାବରୁ ମରୁଡ଼ିର ଆଶଙ୍କା

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକରେ ଚାଷ ଆରମ୍ଭରୁ ଭଲ ବର୍ଷା ହୋଇଥିଲା। ବିଗତ ବର୍ଷମାନଙ୍କରେ ମରୁଡ଼ି ହୋଇଥିବାରୁ ଚଳିତ ବର୍ଷ ଆରମ୍ଭରୁ ଭଲ ବର୍ଷା ହେବା ଯୋଗୁଁ ଚାଷୀମାନେ ଭଲ ଚାଷ ହେବ ବୋଲି ଆଶା ବାନ୍ଧି ଚାଷ କରିଥିଲେ।

ହେଲେ ରୁଆ ବେଉଷଣ ସରିବା ପରେ ବ୍ଲକ ଅଞ୍ଚଲରେ ଅଭାବୀ ବର୍ଷା ହେବା ଯୋଗୁ ଅଣ ଜଳସେଚିତ ଜମିମାନ ମରୁଡ଼ିର ଆଶଙ୍କା ଦେଖା ଦେଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ତିତ୍‌ଲି ପ୍ରଭାବରେ ତିନିଦିନ ଧରି କୋହଳା ପାଗ ଯୋଗୁଁ ଚାଷୀମାନେ ବର୍ଷା ହେବ ବୋଲି ଆଶା ବାନ୍ଧିଥିଲେ। ହେଲେ ତିତ୍‌ଲି ମଧ୍ୟ ଖପ୍ରାଖୋଲ ବ୍ଲକ୍‌ର ଚାଷୀମାନଙ୍କୁ ‌େଧାକା ଦେଲା ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଏବେ ବ୍ଲକରେ ୨୯ ହଜାର ହେକ୍ଟର ଚାଷ ଜମି ରହିଥିବା ବେଲେ ୧୩,୭୦୦ ହେକ୍ଟର ଜମିରେ ଧାନ ଫସଲ, ୭୫୦୦ ହେକ୍ଟର ଜମିରେ କପା ଚାଷ ହୋଇଥିବା କୃଷି ବିଭାଗ ସୂତ୍ରରୁ ଜଣାପଡ଼ିଛି। ଜଳସେଚିତ ଧାନ ଚାଷ ଜମିରେ ମହିଷା, ଛଗୋଡିଆ, ଚକଡ଼ା ଭଳି ରୋଗ ଅନେକ ଚାଷ ଜମିରେ ଲାଗି ଚାଷ ନଷ୍ଟ ହୋଇଥିବାରୁ ଚାଷୀମୁଣ୍ଡରେ ଚଡ଼କ ପଡ଼ିଛି। ଅଣଜଳସେଚିତ ଧାନ, କପା ଚାଷ ଜମିର ଚାଷ ଉଜୁଡ଼ି ଯାଉଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଆଗାମୀ ୫ ଦିନ ମଧ୍ୟରେ ଯଦି ବର୍ଷା ନହୁଏ ତେବେ ଧାନ ଚାଷ ସହିତ କପା ଚାଷ ମଧ୍ୟ ମରୁଡ଼ିରେ ପ୍ରଭାବିତ ହେବା ଆଶଙ୍କା ଦେଖା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe