ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତରଙ୍କ ମରୁଡ଼ି: ସ୍ତ୍ରୀ ଓ ପ୍ରସୂତି ସହ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବି

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମାରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତ ହେଉ ନଥିବାରୁ ଅଞ୍ଚଳବାସୀ ସ୍ବାସ୍ଥ୍ୟସେବା ପାଇଁ ଅନ୍ୟ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି....

Drought of Specialist Doctors in Group Health Centers:  Demand for appointment of Gynecology and Obstetrics and Paediatrics Doctor

Drought of Specialist Doctors in Group Health Centers: Demand for appointment of Gynecology and Obstetrics and Paediatrics Doctor Photograph: (sambad.in)

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମାରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତ ହେଉ ନଥିବାରୁ ଅଞ୍ଚଳବାସୀ ସ୍ବାସ୍ଥ୍ୟସେବା ପାଇଁ ଅନ୍ୟ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ବିଶେଷ କରି ଗର୍ଭବତୀ ଏବଂ ଛୋଟ ଛୋଟ ଶିଶୁ ସଠିକ୍‌ ସମୟରେ ସ୍ଵାସ୍ଥ୍ୟସେବା ନପାଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବେଳେ ବେଳେ ମୃତ୍ୟୁ ମୁଖରେ ମଧ୍ୟ ପଡୁଥିବା ନଜିର ରହିଛି।

ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଝରିଗାଁ ବ୍ଲକର ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ନିର୍ଭର କରୁଛନ୍ତି। କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତ ହୋଇ ନଥିବାରୁ ଅଞ୍ଚଳବାସୀ ହଇରାଣ ହେଉଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଭାରପ୍ରାପ୍ତ ଗୋଷ୍ଠୀ ଚିକିତ୍ସା ଅଧିକାରୀଙ୍କ ସହ ଜଣେ ଜନ ସ୍ଵାସ୍ଥ୍ୟ ଅଧିକାରୀ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ, ଶଲ୍ୟ ବିଶେଷଜ୍ଞ ଡାକ୍ତର ଏବଂ ଅନ୍ୟ ୧୫ଜଣ ଏମବିବିଏସ୍‌ ଡାକ୍ତର ନିଯୁକ୍ତି ହେବା କଥା।

କିନ୍ତୁ ବର୍ତ୍ତମାନ ମାତ୍ର ୪ଜଣ ଡାକ୍ତରଙ୍କ ଦ୍ବାରା ରୋଗୀସେବା ଚାଲିଛି। ୬ଜଣ ଡାକ୍ତର ନିଯୁକ୍ତ ହୋଇଥିବା ବେଳେ ପ୍ରଶାସନ ତରଫରୁ ଦୁଇ ଜଣ ଡାକ୍ତରଙ୍କୁ ନବରଙ୍ଗପୁର ଏବଂ ଅନ୍ୟମାନେ ଉଚ୍ଚ ଶିକ୍ଷା ପାଇଁ ଯାଇଥିବା ସୂଚନା ମିଳିଛି। 

ମାତ୍ର ୪ଜଣ ଡାକ୍ତର ଏତେ ସଂଖ୍ୟକ ରୋଗୀଙ୍କ ଚିକିତ୍ସା କରିପାରୁ ନଥିବାରୁ ସମସ୍ୟା ଦେଖା ଦେଉଛି। ଅନ୍ୟପଟେ ଜଣେ ବି ବିଶେଷଜ୍ଞ ଡାକ୍ତର ନିଯୁକ୍ତ ହୋଇ ନଥିବାରୁ ଗର୍ଭବତୀ, ଶିଶୁଙ୍କ ସମେତ ଗୁରୁତର ରୋଗୀଙ୍କୁ ନବରଙ୍ଗପୁର ନଚେତ୍‌ ଉମରକୋଟ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି।

ବିଭିନ୍ନ ସମୟରେ ଗୁରୁତର ରୋଗୀଙ୍କୁ ଅନ୍ୟ ଡାକ୍ତରଖାନା ସ୍ଥାନାନ୍ତର ସମୟରେ ରାସ୍ତାରେ ମୃତ୍ୟୁ ଘଟୁଥିବା ନଜିର ରହିଛି।ଚଳିତ ବର୍ଷ ବ୍ଲକରେ କିଛି ଗର୍ଭବତୀ ଏବଂ ଶିଶୁମାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତେଣୁ ଝରିଗାଁ ବ୍ଲକର ଗର୍ଭବତୀ ଓ ଶିଶୁମାନଙ୍କୁ ତ୍ବରିତ ତଥା ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ତତଃ ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: ଆଜି ରାତି ୮ଟାରେ ରାଷ୍ଟ୍ରକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ, କଣ କହିବେ ମୋଦୀ ? ସାରା ବିଶ୍ବର ରହିଛି ନଜର...

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ପାଞ୍ଚଟି ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାମାନଙ୍କ ପ୍ରସବ ହେବା କଥା କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁ କେବଳ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଧୋଡ୍ରା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାମାନଙ୍କ ପ୍ରସବ ହେଉଛି।

ବଳକା ୪ଟି ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଇଛାପୁର, ଫୁଫୁଗାଁ,ବେଲଗାଁ,କଦଭଟ୍ଟା ଠାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସବ କକ୍ଷ ଆରମ୍ଭ ହୋଇନାହିଁ।ଗର୍ଭବତୀମାନଙ୍କର ଘରେ ପ୍ରସବ କରାଇବା ସଂଖ୍ୟା କମାଇବା ସହ ମାତୃ ଓ ଶିଶୁ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ପ୍ରସବ କକ୍ଷ ଖଳିବା ପାଇଁ ଦାବି ହୋଇଛି।

ଅଧିକ ପଢ଼ନ୍ତୁ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ଛୁଇଁବ ମୌସୁମୀ: ଆଇଏମଡିର ପୂର୍ବାନୁମାନ

 Nabarangpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe