ଆଜି ଓଡ଼ିଶା ଆସିବେ ଦ୍ରୌପଦୀ ମୁର୍ମୁ

Advertisment
ଆସନ୍ତା ୧୦ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି, ଏସବୁ କାର୍ଯ୍ୟକ୍ରମରେ ଯୋଗ ଦେବେ ଦ୍ରୌପଦୀ ମୁର୍ମୁ

todaynewsnetwork.in

ବିଜେଡି ସାଂସଦ ଓ ବିଧାୟକମାନଙ୍କୁ ଭେଟି ସମର୍ଥନ ଲୋଡ଼ିବେ
ବିଜେପି ସାଂସଦ ଓ ବିଧାୟକ ବି ରାଜ୍ୟ ଅତିଥି ଭବନରେ ଭେଟିବେ
କଂଗ୍ରେସର କୌଣସି ନେତା ଭେଟିବେନି

ଭୁବନେଶ୍ବର : ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଦ୍ରୌପଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡି ଓ ବିଜେପିର ସାଂସଦ ଓ ବିଧାୟକମାନଙ୍କୁ ଭେଟି ସମର୍ଥନ ଲୋଡ଼ିବେ। ହେଲେ କୌଣସି କଂଗ୍ରେସ ସାଂସଦ କି ବିଧାୟକ ଦ୍ରୌପଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ନାହିଁ।

ଶ୍ରୀମତୀ ମୁର୍ମୁ ଶୁକ୍ରବାର ଭୁବନେଶ୍ବରରେ ପହଞ୍ଚିବା ପରେ ବିଧାନସଭାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡି ସାଂସଦ ଓ ବିଧାୟକ/ବିଧାୟିକାମାନଙ୍କୁ ଭେଟିବେ। ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ଭୋଟ୍‌ ଦେବାକୁ ଅନୁରୋଧ କରିବେ। ଏହାପରେ ରାଜ୍ୟ ଅତିଥି ଭବନରେ ବିଜେପିର ସାଂସଦ ଓ ବିଧାୟକ/ବିଧାୟିକାମାନଙ୍କୁ ଭେଟିବେ। ଅତିଥି ଭବନରେ ମଧ୍ୟାହ୍ନ ‌େଭାଜନ କରିବା ପରେ ଅପରାହ୍ନ ୧ଟା ୩୦ ସୁଦ୍ଧା ଭୁବନେଶ୍ବର ଛାଡ଼ିବାର କାର୍ଯ୍ୟକ୍ରମ ରହିଛି।

ଦ୍ରୌପଦୀଙ୍କୁ ବିଜେଡି ପ୍ରଥମ ଅଣ ଏନ୍‌ଡିଏ ରାଜନୈତିକ ଦଳ ଭାବେ ସମର୍ଥନ ଜଣାଇଥିବାରୁ ନିର୍ବାଚନ ପୂର୍ବରୁ ତାଙ୍କର ଓଡ଼ିଶା ଗସ୍ତକୁ ସ୍ମରଣୀୟ କରିବାକୁ ସମସ୍ତ ପ୍ରସ୍ତୁତି କରିଛି। ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେବା ପାଇଁ ବିଜେଡି ଓ ବିଜେପି ପକ୍ଷରୁ ପ୍ରସ୍ତୁତି ହୋଇଛି। ଓଡ଼ିଶାର ପାରମ୍ପାରିକ ନୃତ୍ୟ ଓ ବାଦ୍ୟଯନ୍ତ୍ରରେ ଶୋଭାଯାତ୍ରାରେ ରାଜ୍ୟ ଅତିଥି ଭବନ ପର୍ଯ୍ୟନ୍ତ ଆଣିବା ପାଇଁ ଯୋଜନା ହୋଇଛି।

ସେହିପରି ଦ୍ରୌପଦୀଙ୍କୁ ସମର୍ଥନରେ ବିଜେଡିର ସମସ୍ତ ସାଂସଦ ଓ ବିଧାୟକ/ବିଧାୟିକା ଅଛନ୍ତି ବୋଲି ଜଣାଇବାକୁ ବିଜେଡି ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ରେ ବିଧାନସଭାର ସମ୍ମିଳନୀ କକ୍ଷ (ଉପରମହଲାରେ) ସ୍ବତନ୍ତ୍ର ବୈଠକ ଡକାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଦଳର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ, ବିଧାୟକ, ବିଧାୟିକାମାନେ ଯୋଗଦେବେ। ଏଠାରେ ମୁଖ୍ୟମନ୍ତ୍ରୀ ବି ଶ୍ରୀମତୀ ମୁର୍ମୁଙ୍କୁ ସମ୍ବର୍ଦ୍ଧନା ଦେବେ।

ତେବେ ଶ୍ରୀମତୀ ମୁର୍ମୁଙ୍କୁ କଂଗ୍ରେସର ସାଂସଦ କି କୌଣସି ବିଧାୟକ ଭେଟିବେନି। ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭେଟିବାର ଆମର କୌଣସି ଯୋଜନା ‌ନାହିଁ ବୋଲି କଂଗ୍ରେସ ନେତା ଗଣେଶ୍ବର ବେହେରା କହିଛନ୍ତି।

ସୂଚନାଯୋଗ୍ୟ ଯେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବ ଓଡ଼ିଶାର ସମସ୍ତ ରାଜନୈତିକ ଦଳର ସାଂସଦ ଓ ବିଧାୟକ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍‌ କରିଥିଲେ। ଏହାପରେ ଦଳର ବରିଷ୍ଠ ପଦାଧିକାରୀ ଓ ବିଧାୟକମାନେ ପିସିସି ସଭାପତି ଓ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ଭେଟି ସମର୍ଥନ ଲୋଡ଼ିଥିଲେ। ହେଲେ ଏହାର କିଛି ପ୍ରଭାବ ପଡ଼ିନି। ଅପରପକ୍ଷେ କେବଳ ରାୟଗଡ଼ାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe