ପୂର୍ବତଟ ରେଳପଥରେ ପ୍ରଥମ, ସୁରକ୍ଷା ପାଇଁ ଜଗିବ ଡ୍ରୋନ୍

Advertisment

୨ କିମି ଅଞ୍ଚଳ ଉପରେ ରଖିବ ନଜର, ପ୍ରଥମ ପର୍ଯ୍ୟାୟରେ ୪ଟି ସ୍ଥାନରେ ନିୟୋଜିତ

୨ କିମି ଅଞ୍ଚଳ ଉପରେ ରଖିବ ନଜର, ପ୍ରଥମ ପର୍ଯ୍ୟାୟରେ ୪ଟି ସ୍ଥାନରେ ନିୟୋଜିତ

ପୂର୍ବତଟ ରେଳପଥରେ ପ୍ରଥମ, ସୁରକ୍ଷା ପାଇଁ ଜଗିବ ଡ୍ରୋନ୍

ଭୁବନେଶ୍ୱର: କରୋନା ପାଇଁ ଦେଶରେ ତାଲାବନ୍ଦ ଜାରି ରହିଥି‌ଲେ ହେଁ ସାରା ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ଲାଗି ମାଲବାହୀ ଟ୍ରେନ୍‌ଗୁଡ଼ିକ ନିୟମିତ ଭାବେ ଚଳାଚଳ କରୁଛି। ଏଭଳି ସ୍ଥିତିରେ ପୂର୍ବତଟ ରେଳପଥର କେତେକ ଶାଖାରେ ସୁରକ୍ଷାବଳର ମୁତୟନ ବନ୍ଦ ରହିଛି ଏବଂ ଆଉ କିଛି ସ୍ଥାନରେ କମ୍ ମୁତୟନ ହୋଇଛନ୍ତି। ଏହି ସମୟରେ ଟ୍ରେନ୍ କୋଚ୍ ଓ ଯାତ୍ରୀ ସଂରକ୍ଷଣ କେନ୍ଦ୍ର ସବୁ ତାଲାବନ୍ଦ ରହିଛି। ଏଥିସହ ବ୍ୟବହାର ହେଉଥିବା ସିଗ୍‌ନାଲିଂ ଭିତ୍ତିଭୂମି, ଷ୍ଟେସନ୍ ରିଲେ ରୁମ୍‌, ଗୁଡ଼ସ୍ ସେଡ଼୍‌, ୱାଗନ୍ ଷ୍ଟକ୍ ଇତ୍ୟାଦିର ସୁରକ୍ଷା ରେଳ ସୁରକ୍ଷା ବଳ(ଆର୍‌ପିଏଫ୍‌) ଉପରେ ନ୍ୟସ୍ତ। ପୂର୍ବତଟ ରେଳପଥ ପରିସୀମାର ବୃହତ୍ ଅଞ୍ଚଳ ମାଓବାଦୀ ପ୍ରବଣ ହୋଇଥିବାରୁ ୨୪x୭ ସମୟ ଧରି ରେଳପଥର ସମସ୍ତ ସ୍ଥିର ଓ କାର୍ଯ୍ୟକ୍ଷମ ହେଉଥିବା ମୂଲ୍ୟବାନ ସମ୍ପତ୍ତିର ସୁରକ୍ଷା ଏହି ତାଲାବନ୍ଦରେ ଏକ ଆହ୍ୱାନ ଭାବେ ଛିଡ଼ା ହୋଇଛି। ତେଣୁ ଭାରତୀୟ ରେଳପଥରେ ପୂର୍ବତଟ ରେଳପଥ ପ୍ରଥମ ରେଳପଥ ଭାବେ ଏହି ସମ୍ପତ୍ତିର ସୁରକ୍ଷା ନିମନ୍ତେ ୨୪x୭ ସମୟ ଧରି ଡ୍ରୋନ୍ କ୍ୟାମେରା ମୁତୟନ କରିଛି। ଏହି ଡ୍ରୋନ୍ କ୍ୟାମେରା ରେଳ ସୁରକ୍ଷା ବଳର ଅଧିକାରୀମାନଙ୍କର ନିର୍ଦ୍ଦେଶକ୍ରମେ ମୁତୟନ କରାଯାଉଛି। ଏହା ରେଳ ସୁରକ୍ଷାବଳର କାର୍ଯ୍ୟ ଦକ୍ଷତା ଓ ସାମର୍ଥ୍ୟ ଆଶାନୁରୂପ ଭାବେ ତୁଲାଇ ପାରିବ।

ବନ୍ଦ ସମୟରେ ରେଳ ସମ୍ପତ୍ତିର ସୁରକ୍ଷା, ରେଳପଥ ଟ୍ରାକ୍ ଉପରେ କୌଣସି ଲୋକଙ୍କର ଅନାଧିକୃତ ଯାତାୟାତ ଓ ରେଳ ଟ୍ରାକ୍‌କୁ ଜଗି ହେବ ନାହିଁ। ସେଥିପାଇଁ ପୂର୍ବତଟ ରେଳପଥ ଡ୍ରୋନ୍ କ୍ୟାମେରା ମୁତୟନ କରିଛି। ଆବଶ୍ୟକ ଅନୁସାରେ ପ୍ରଥମେ ବିଶାଖାପାଟଣା, ଖୋର୍ଦ୍ଧା, ଭୁବନେଶ୍ୱର ଓ ପୁରୀଠାରେ ଖୁବ୍‌ଶୀଘ୍ର ଏହା କାର୍ଯ୍ୟକ୍ଷମ କରାଯିବ। ଏହି ଡ୍ରୋନ୍ କ୍ୟାମେରା ରାଜ୍ୟ ସରକାର, ନୌସେନା ଓ ବିମାନବନ୍ଦରର ସାହାଯ୍ୟ ଓ ଅନୁମତି ପାଇଲା ପରେ ଏହାର ଗତିବିଧିକୁ ନିୟନ୍ତ୍ରଣ କରାଯାଇପାରିବ। ହାରାହାରି ୨କିମି ଦୂରରୁ ଫଟୋ ଓ ଭିଡିଓ ଅପରେଟର୍‌ ନିକଟରେ ପହଞ୍ଚିପାରିବ ଏବଂ ସେ ତା'ର ପରବର୍ତ୍ତୀ ପଦକ୍ଷେପ ନେଇପାରିବ। ଏହାବ୍ୟତୀତ ରିଅଲ୍ ଟାଇମ୍ ମନିଟରିଂକୁ ଭବିଷ୍ୟତର ରେଫରେନ୍ସ ନିମନ୍ତେ ଭିଡିଓ ଲାଇବ୍ରେରି ସ୍ଥାପନ କରି ଡାଟାଗୁଡ଼ିକୁ ଷ୍ଟୋର୍ କରି ରଖାଯାଇପାରିବ। ସେହି ସମୟରେ ଡ୍ରୋନ୍‌ର ଅପରେଟର୍‌ ସହ ରେଳ ସୁରକ୍ଷାବଳର ଯବାନଙ୍କୁ ନେଇ ମୋଟର କିମ୍ବା ପୁସ୍ ଟ୍ରଲିରେ ରେଳଶାଖା ଭିତରକୁ ଯାଇ ଆବଶ୍ୟକ ପଡ଼ିଲେ ସେ ଅଞ୍ଚଳକୁ ଉତ୍ତୋଳନ କରି ସଂଗେ ସଂଗେ କଣ୍ଟ୍ରୋଲ୍ ରୁମ୍‌କୁ ସୂଚନା ପଠାଇବେ। ସେହି ସୂଚନା ତୁରନ୍ତ ସ୍ଥାନୀୟ ପୁଲିସ୍‌କୁ ପଠାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe