new indian express
ବଡ଼ସାହି: ବଡ଼ସାହି ଥାନା ଅନ୍ତର୍ଗତ ନିଶ୍ଚିନ୍ତପୁର ଗ୍ରାମର ଶ୍ରୀକାନ୍ତ ସିଂ (୪୫) ବୁଢ଼ାବଳଙ୍ଗ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ଆଜି ସକାଳେ ନିଜ ପତ୍ନୀଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ ଶ୍ରୀକାନ୍ତ। ତେବେ ବାଲି ଉତ୍ତୋଳନ ପାଇଁ ନଦୀରେ ସୃଷ୍ଟି ହୋଇଥିବା ଏକ ଗଣ୍ଡରେ ସେ ବୁଡ଼ି ଯାଇଥିଲେ। ତାଙ୍କୁ ପାଣିରୁ ଉଦ୍ଧାର କରି ବଡ଼ସାହି ଡାକ୍ତରଖାନାକୁ ଅଣାଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ।
ଏ ନେଇ ଥାନା କେସ୍ ନଂ ୨୬/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇଛି।
Follow Us