Image Courtesy of India Today
ଜମନକିରା: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ନୂଆଡିହି ଗ୍ରାମରେ ଶୁକ୍ରବାର ପାଣିରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ଗାଁ’ର ବିଶିକେଶନ ବଗର୍ତ୍ତି (୫୫) ବର୍ଷ ଆଜି ଦିନ ପ୍ରାୟ ୧ଟା ବେଳେ ଗାଁ’ ପୋଖରୀକୁ ଗାଧୋଇବାକୁ ଯାଇଥିଲେ।
ମାତ୍ର ସେଠାରେ ଅସାବଧାନତା ଯୋଗୁଁ ଗୋଡ଼ ଖସିଯିବା ଫଳରେ ବିଶିକେଶନ ଗଭୀର ପାଣିରେ ବୁଡ଼ିଯାଇଥିଲେ। ଫଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଆଇଆଇସି ପ୍ରେମଜିତ ଦାସ, ଓଆଇସି ସୁଧାଂଶୁ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏ ନେଇ ୟୁଡି କେସ୍ ନଂ. ୧୨/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।
Follow Us