ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

Advertisment
ସର୍ପାଘାତରେ ନାବାଳିକା ମୃତ

ଚଣ୍ଡିଖୋଲ: ବଡ଼ଚଣା ବ୍ଲକ୍‌ ତଥା ପଲେଇ ପଞ୍ଚାୟତ କେଶରାଇପୁର ଗ୍ରାମର ଖଗେଶ୍ୱର ସେଠୀ(୬୪)ଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଯାଇଛି। ଖଗେଶ୍ୱର ଗତକାଲି ସନ୍ଧ୍ୟାରେ ଘରପାଖ ପାହାଡ଼କୁ ମଳତ୍ୟାଗ ପାଇଁ ଯାଇଥିଲେ। ତେବେ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରି ପାଇନଥିଲେ।

ନିକଟସ୍ଥ ପୋଖରୀରେ ମୃତଦେହ ଭାସୁଥିବା ଦେଖି କିଛିଲୋକ ତାଙ୍କ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକେ ସେଠାରେ ପହଞ୍ଚି ତାଙ୍କୁ ଚିହ୍ନଟ କରିବା ପରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe