ପୋଖରୀରେ ବୁଡ଼ି ଶିଶୁକନ୍ୟା ମୃତ

Advertisment
ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ଯୋଡ଼ା: ଯୋଡ଼ା ହୁଡ଼ିସାହିର ଜଣେ ନାବାଳିକା ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ନାବାଳିକା ଜଣଙ୍କ ହେଲେ ସୁମିତ୍ରା ମହାକୁଡ଼ (୬)। ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ଅପରାହ୍‌ଣରେ ନାବାଳିକା ନିଜ ସମ୍ପର୍କୀୟ ଭଉଣୀ ସହ ବନେଇକଳାରେ ଥିବା ପୋଖରୀକୁ ଗାଧେଇବା ପାଇଁ ଯାଇଥିଲେ। ସେଠାରେ ଗାଧୋଇବା ସମୟରେ ପାଣିରେ ବୁଡ଼ି ଯାଇଥିଲେ।

ବହୁ ସମୟ ପରେ ନାବାଳିକାଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଆଜି ବ୍ୟବଚ୍ଛେଦ କରାଇଛି। ଏନେଇ ଯୋଡ଼ା ଥାନାରେ କେସ୍‌ ନମ୍ବର ୧୮/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଯୋଡ଼ା‌ ଥାନା ଆଇଆଇସି ପଦ୍ମାଳୟା ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe