ନିଶାଶକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ପନିକି ଚୋଟରେ ମାମୁଁଙ୍କର ୨ ଆଙ୍ଗୁଠି ଛିଣ୍ଡିଲା

ରାଜଧାନୀ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ଅଠାନ୍ତରରେ ଜଣେ ନିଶାଶକ୍ତ ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି | ସାମନ୍ୟ କଥା ଓ ପୂର୍ବ ଶତ୍ରୁତାରୁ ମାରଣାସ୍ତ୍ରରେ ସମ୍ପର୍କୀୟ ମାମୁଁଙ୍କୁ ହାଣି ଲହୁଲୁହାଣ କରିଛନ୍ତି...

Drugged youth's crazy incident: Uncle's 2 fingers torn off in panic attack

Drugged youth's crazy incident: Uncle's 2 fingers torn off in panic attack Photograph: (sambad.in)

ବାଲିପାଟଣା: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ଅଠାନ୍ତରରେ ଜଣେ ନିଶାଶକ୍ତ ଯୁବକ ଉନ୍ମତ୍ତ  କାଣ୍ଡ ଘଟାଇଛନ୍ତି | ସାମନ୍ୟ କଥା ଓ ପୂର୍ବ ଶତ୍ରୁତାରୁ ମାରଣାସ୍ତ୍ରରେ ସମ୍ପର୍କୀୟ ମାମୁଁଙ୍କୁ ହାଣି ଲହୁଲୁହାଣ କରିଛନ୍ତି।  

ଭଣଜାର ପନିକି ଚୋଟରେ ମାମୁଁ ସୁଶାନ୍ତ ଭୋଇ ଓରଫ ମଧୁଆଙ୍କ ପାପୁଲିରୁ ୨ଟି ଆଙ୍ଗୁଠି ଛିଣ୍ଡି ସମ୍ପୂର୍ଣ ଅଲଗା ହୋଇ ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ଆକ୍ରମଣକାରୀ ଭଣଜାକୁ ପରିବାର ଲୋକେ ଘରେ ଅଟକ ରଖିଛନ୍ତି।


ସୂଚନା ଅନୁସାରେ ଅଠାନ୍ତରର ସତ୍ୟ ନାରାୟଣ ଭୋଇ ଓରଫ ଭୋଳା ଜଣେ ଅସାମାଜିକ ଯୁବକ ଅଟନ୍ତି। ନିଶା ଖାଇ ଆତଙ୍କ ସୃଷ୍ଟି କରିଥାନ୍ତି। ବୁଧଦାର ପ୍ରାୟ ୧୨ ଟା ସମୟରେ ସୁଶାନ୍ତ ସ୍କୁଲ ପିଲାଙ୍କୁ ଅଟୋରେ ଛାଡ଼ି ଘରେ ପହଁଞ୍ଚି ଥିଲେ। ଗାଡ଼ି ରଖି ସେ ସ୍ଥାନୀୟ ବଜାରକୁ ମାଛ କିଣିବାକୁ ଯାଇଥିଲେ। ହଠାତ ସେଠାରେ ଭୋଳା ପହଁଞ୍ଚି ଯାଇଥିଲା ।

ପୂର୍ବ ଆକ୍ରୋଶରୁ ମାଛ କଟା ପନିକିରେ ସୁଶାନ୍ତଙ୍କୁ ଆକ୍ରମଣ କରିଥିଲା। ସୁଶାନ୍ତ ଜୀବନ ବଞ୍ଚାଇବାକୁ ଯାଇ ଡାହାଣ ହାତ ଦେଖା ଦେଇଥିଲେ। ପନିକି ଚୋଟରେ ପାପୁଲିରୁ ୨ ଟି ଆଙ୍ଗୁଠି ଛିଡି ଯାଇଥିଲା। ପ୍ରଚୁର ରକ୍ତସ୍ରାବ ହୋଇଥିଲା | ପରିବାର ଲୋକେ ଏବଂ ଗ୍ରାମବାସୀ ସୁଶାନ୍ତଙ୍କୁ ଉଦ୍ଧାର କରି ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ଅନ୍ୟପକ୍ଷରେ ଦୁର୍ଦାନ୍ତ ଭୋଳାକୁ ପରିବାର ଲୋକେ ଅଟକ ରଖିଛନ୍ତି। ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ ସୁକାନ୍ତ ଭୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। 

Bhubaneswar | Crime | balipatna 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe