୪ ଦିନିଆ ରିମାଣ୍ଡରେ ଗଲା ନିଶା ମାଫିଆ ଆଶିକ୍, ଏସ୍‌ଟିଏଫ୍‌ ଖୋଲିବ ଧଳା ଜହର ନେଟୱର୍କ୍ ତାଲା

Advertisment

ପଛରେ ଅଛନ୍ତି ଅନେକ କାର୍ପଟଦାର

ପଛରେ ଅଛନ୍ତି ଅନେକ କାର୍ପଟଦାର

୪ ଦିନିଆ ରିମାଣ୍ଡରେ ଗଲା ନିଶା ମାଫିଆ ଆଶିକ୍, ଏସ୍‌ଟିଏଫ୍‌ ଖୋଲିବ ଧଳା ଜହର ନେଟୱର୍କ୍ ତାଲା

ବାରିପଦା : ଚାରି ଦିନିଆ ରିମାଣ୍ଡରେ ଯାଇଛି ଧଳା ଜହର କାରବାରର ନୂଆ ମାଫିଆ ସେକ୍ ଆଶିକ୍। ଆଜି ଜିଲ୍ଲା ଦୌରାଜଜ୍ କୋର୍ଟରେ ଆଶିକ୍‌କୁ ଏସ୍‌ଟିଏଫ୍‌ ପକ୍ଷରୁ ହାଜର କରାଯାଇ ୪ ଦିନିଆ ରିମାଣ୍ଡ୍ ନିମନ୍ତେ ପ୍ରାର୍ଥନ କରାଯାଇଥିଲା। ବିଚାରପତି ସଞ୍ଜୟ ରଞ୍ଜନ ବହିଦା ଏସ୍‌ଟିଏଫର ରିମାଣ୍ଡ୍ ଅନୁରୋଧକୁ ଗ୍ରହଣ କରିବା ସହିତ ୪ ଦିନିଆ ରିମାଣ୍ଡ୍ ପ୍ରଦାନ କରିଥିଲେ। ଆଶିକ୍ ପଛରେ ଆହୁରି ଅନେକ କାର୍ପଟଦାର୍ ଲୁଚିଥିବା ଜଣାପଡ଼ିଛି। ମୟୂରଭଞ୍ଜକୁ ଧଳା ଜହର କାରବାରର ନୂଆ ହଟସ୍ପଟ୍ ଭାବେ ବ୍ୟବହାର କରିବାକୁ ଯୋଜନାବଦ୍ଧ ବ୍ଲୁପ୍ରିଣ୍ଟ୍‌କୁ ଏସ୍‌ଟିଏଫ୍‌ ଖୋଲିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଏକକାଳୀନ ଜିଲ୍ଲା ସଦରମହକୁମାର ବାରିପଦାରୁ ମାତ୍ର ଅଳ୍ପ କିଛି କିଲୋମିଟର ଦୂରରୁ ୩କେଜିରୁ ଅଧିକ ବ୍ରାଉନ୍‌ସୁଗାର ଜବତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

publive-image

ଗତକାଲି ଏସ୍‌ଟିଏଫ୍‌ ବାରିପଦା ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର କୁଚେଇ-ବାରିପଦା ରାସ୍ତାରେ ପ୍ରାୟ ସାଢ଼େ ୩ କୋଟିରୁ ଅଧିକ ମୂଲ୍ୟର ୩.୨୮୫କି.ଗ୍ରା ଓଜନର ମାରାତ୍ମକ ଚୋରା ବ୍ରାଉନସୁଗାର ଜବତ କରିଥିଲା। ଏହି ଘଟଣାରେ ୨ଜଣ ଫେରାର୍ ହୋଇଯାଇଥିବା ବେଳେ ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଚିପଟ ଅସ୍ତିଆ ଗ୍ରାମର ସେକ ଆଶିକ୍ ଅଲ୍ଲୀକୁ ଗିରଫ କରାଯାଇଥିଲା । ଏନେଇ ଏସ୍‌ଟିଏଫ୍‌ ପକ୍ଷରୁ କେସ୍ ନମ୍ବର ୨୧/୧୯.୦୭.୨୦୨୦ ଏବଂ ଧାରା ୨୧ ସି ୧୯୮୫ ଅନୁସାରେ ଏକ ମାମଲା ରୁଜୁ କରାଯିବା ପରେ ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଅଭିଯୁକ୍ତ ସେକ ଆଶିକ୍‌କୁ ବାରିପଦା ଜିଲ୍ଲା ଓ ଦୌରା ଜଜ୍‌ଙ୍କ ଅଦାଲତରେ ହାଜର କରାଯାଇଥିଲା । ଏଥି ସହିତ ଅଭିଯୁକ୍ତ ମାରାତ୍ମକ ଚୋରା ବ୍ରାଉନସୁଗାର ବ୍ୟବସାୟୀ ସେକ ଆଶିକ୍‌କ ନିକଟରୁ ଅଧିକ ସୂଚନା ସଂଗ୍ରହ ନିମନ୍ତେ ତାଙ୍କୁ ରିମାଣ୍ଡରେ ନେବା ପାଇଁ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ସସ୍ମୀତା ମହାପାତ୍ର ଅଦାଲତରେ ଆବେଦନ କରିଥିଲେ । ଜିଲ୍ଲା ଓ ଦୌରା ଜଜ୍ ଏସଟିଏଫର ଆବେଦନକୁ ଗ୍ରହଣ କରି ୪ ଦିନର ରିମାଣ୍ଡ ମଞ୍ଜୁର କରାଇଥିଲେ । ଉକ୍ତ ୪ ଦିନ ମଧ୍ୟରେ ଏସଟିଏଫ ପକ୍ଷରୁ ଅଭିଯୁକ୍ତକୁ ମାମଲା ବାବଦରେ ଅଧିକ ଜେରା କରାଯିବ ବୋଲି ଜଣାପଡ଼ିଛି । ସ୍ପେଶାଲ ଟାସ୍କ ଫୋର୍ସ ପକ୍ଷରୁ ଡିଏସ୍‌ପି ରାମଚନ୍ଦ୍ର ଥମ୍ବଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ହୋଇଥିବାର ଜଣାପଡ଼ିଛି । ବାରିପଦାରେ ଅବକାରୀ ବିଭାଗ ଓ ପୁଲିସ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ଉ କରାଯାଇ ନିଶା ମହାଦ୍ରୁମର ଡ଼ାଳପତ୍ର ଚ୍ଛେଦନ କରାଯାଉଥିବା ବେଳେ ଚେର ଖୋଜି ପାଇପାରୁ ନ ଥିଲେ।

ରିମାଣ୍ଡ୍ ବାତିଲ କରିପାରେ ଏସ୍‌ଟିଏଫ୍‌
ବାରିପଦା : ଧଳା ଜହର କାରବାରର ନୂଆ ଚେହେରା ସାଜିଥିବା ସେକ୍ ଆଶିକ୍‌କୁ ଏସ୍‌ଟିଏଫ୍‌ ୪ ଦିନିଆ ରିମାଣ୍ଡରେ ନେବାକୁ ଜିଲ୍ଲା ଦୌରାଜଜ୍ ଅନୁମତି ଦେଇଛି। ମାତ୍ର ମିଳିଥିବା ସୂଚନା ଅନୁସାରେ ଏସ୍‌ଟିଏଫ୍‌ ଆଶିକ୍‌ର ରିମାଣ୍ଡକୁ ବାତିଲ କରିବାକୁ ଆବେଦନ କରିପାରେ। କରୋନା କାରଣରୁ ଆଶିକ୍‌କୁ ଆଉ ରିମାଣ୍ଡରେ ନନେବାକୁ ଏସ୍‌ଟିଏଫ୍‌ର ଶୀର୍ଷସ୍ତରରେ ନିଷ୍ପତି ହୋଇଥିବା ଜଣାପଡ଼ିଛି। ଏପରି ହେଲେ ପ୍ରାୟ ୩କୋଟି ୨୦ଲକ୍ଷରୁ ଊର୍ଧ୍ବ ମୂଲ୍ୟର ବ୍ରାଉନ୍‌ସୁଗାର ସହିତ ଗିରଫ ହୋଇଥିବା ମାଫିଆ ଆଶିକ୍‌କୁ ଜେଲ୍ ଯିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe