ନିଶା ନେଲା ଜୀବନ: ବଡ଼ଭାଇର ଆକ୍ରମଣରେ ସାନର ମୃତ୍ୟୁ

Advertisment
ଦୁଇ ଛାତ୍ରଙ୍କ ଆତ୍ମହତ୍ୟା ମାମଲା: ସାମ୍ନାକୁ ଆସିଲା ଇନ୍‌ଷ୍ଟା ପୋଷ୍ଟ, ସୁଇସାଇଡ୍‌ ନୋଟ୍‌

ପାଇକମାଳ: ମଦନିଶା ନେଲା ଜୀବନ। ନିଶାରେ ଚୂର୍ ବଡ଼ଭାଇ ହିତାହିତ ଜ୍ଞାନ ଭୁଲି ସାନଭାଇକୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ଚାଲି ଯାଇଥିଲା ସାନଭାଇର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲା ପାଇକମାଳ ବ୍ଲକ ଡୁଙ୍ଗୁରିପାଲି ଗ୍ରାମରେ। ଗୁରୁବାର ରାତିରେ ଗ୍ରାମର ଉପେନ୍ଦ୍ର ସୁନା (୨୯) ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। କୌଣସି କାରଣକୁ ନେଇ ସାନଭାଇ ମନୋଜ(୨୫)ଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା।

ଫଳରେ ନିକଟରେ ଥିବା ଏକ ଲୁହା ତାଵାରେ ଉପେନ୍ଦ୍ର ସାନଭାଇ ମନୋଜକୁ ଆକ୍ରମଣ କରିଥିଲେ। ଲୁହା ତାଵାଟି ମନୋଜଙ୍କ କାନମୁଣ୍ଡାରେ ବାଜିବାରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସାନଭାଇର ରକ୍ତ ଦେଖି ଉପେନ୍ଦ୍ରଙ୍କ ମୁଣ୍ଡରୁ ନିଶା ଖସି ଯାଇଥିଲା। ସେ ଭୟରେ ପାଇକମାଳ ଥାନାକୁ ଯାଇ ଭାଇକୁ ହତ୍ୟା କରିଥିବା ସ୍ବୀକାର କରିବା ସହ ଆତ୍ମସମର୍ପଣ କରିଥିଲେ। ଶୁକ୍ରବାର ମୃତ ମନୋଜଙ୍କ ପତ୍ନୀ ମାଧୁରୀ ସୁନା ପାଇକମାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ନଂ. ୮୪/୨୩ ଧାରା ୩୦୨ ଅନୁଯାୟୀ ମାମଲା ରୁଜୁକରି ତଦନ୍ତ କରୁଛି। ଏସଆଇ ସୁଶାନ୍ତ ପଣ୍ଡା ତଦନ୍ତକାରୀ ଅଧିକାରୀ ଅଛନ୍ତି। ସେପଟେ ମନୋଜଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ପଠା ଯାଇଥିବା ବେଳେ ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ମଧ୍ୟ ଗିରଫ କରି ପଦ୍ମପୁର କୋର୍ଟ ଚାଲାଣ କରାଯାଇଛି। ଏସଡିପିଓ ବିଭୁତି ଭୂଷଣ ଭୋଇ ଏବଂ ଆଇଆଇସି ସୁଶାନ୍ତ ବଢ଼େଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe