ରାସ୍ତାରେ ମଦ୍ୟପ ଯୁବତୀଙ୍କ ଉତ୍ପାତ, ଘଣ୍ଟାଏ କାଳ ଯାନବାହନ ଚଳାଚଳ ପ୍ରଭାବିତ

Advertisment
ରାସ୍ତାରେ ମଦ୍ୟପ ଯୁବତୀଙ୍କ ଉତ୍ପାତ, ଘଣ୍ଟାଏ କାଳ ଯାନବାହନ ଚଳାଚଳ ପ୍ରଭାବିତ

କଟକ: ଅରୁଣଦୟ ମାର୍କେଟ ଜଗନ୍ନାଥ ପେଟ୍ରୋଲ ପମ୍ପ ନିକଟରେ ରବିବାର ରାତିରେ ଜଣେ ମଦ୍ୟପ ଯୁବତୀ ଉତ୍ପାତ କରିଥିଲେ। ଏହି ଅଣ ଓଡ଼ିଆ ଯୁବତୀ ଜଣକ ଅସଂଯତ ଅବସ୍ଥାରେ ନିଶାସକ୍ତ ହେଇ ରାସ୍ତାରେ ଗାଳି ଗୁଲଜ କରିଥିଲେ। ରାସ୍ତା ମଝିରେ ଯୁବତୀ ଜଣକ ଏଭଳି କରୁଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଯାନବାହାନ ଚଳାଚଳ ପ୍ରଭାବିତ ହୋଇଥିଲା।

ପାଖାପାଖି ଘଂଟାଏ କାଳ ଯାନବାହାନ ଚଳାଚଳ ବନ୍ଦ ହେବାରୁ ବାଦାମବାଡ଼ି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କୁ ନିଶାସକ୍ତ ଅବସ୍ଥାରେ ଉଦ୍ଧାର କରି ଥାନାକୁ ଆଣିଥିଲା। ପରିବାର ଲୋକଙ୍କୁ ଖବର ଦେବା ପରେ ସେମାନେ ପହଞ୍ଚିବାରେ ପୁଲିସ ତାଙ୍କୁ ହସ୍ତାନ୍ତର କରିଥିଲା। ଏହି ଯୁବତୀଙ୍କ ସହିତ ଆଉ ଦୁଇ ଜଣ ନେପାଳି ଯୁବତୀ ଓ ଜଣେ ଯୁବକ ଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe