ପତ୍ନୀ, ପୁଅକୁ ତଣ୍ଟିଚିପି ମାରିଦେଲା ମଦ୍ୟପ

Advertisment
ଆଖିଫୁଟା ଗଣହତ୍ୟା ଘଟଣା: ତଥାପି ପୁଲିସ୍ ହାତ ଖାଲି

deccan herald

ଭଣ୍ଡାରିପୋଖରୀ : ଭଦ୍ରକ ଜିଲ୍ଲା ତେସିଙ୍ଗା ପଞ୍ଚାୟତ ଅଧୀନ କୁଶଗଡ଼ିଆ ଗାଁରେ ଜଣେ ମଦ୍ୟପ ଯୁବକ ନିଜ ପତ୍ନୀ ଓ ପୁଅକୁ ତଣ୍ଟି ଚିପି ହତ୍ୟା କରିବା ଘଟଣା ଆଜି ସାରା ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଛି। ପୁଲିସ୍‌ ଅଭିଯୁକ୍ତ ଉମେଶ ନାୟକକୁ ଗିରଫ କରିଛି।

ସୂଚନା ଅନୁସାରେ, ୮ ବର୍ଷ ତଳୁ ଉମେଶ (୪୫) ଆଖୁଆପଦା ଅଞ୍ଚଳରେ ଟ୍ରକ୍‌ ଚାଳକ ଭାବେ କାମ କରୁଛି। ୨୦୧୬ ମସିହାରେ ସେ ନେରଡ଼ା ପଞ୍ଚାୟତ ଗୋଧି ଗ୍ରାମର ବାବାଜୀ ସେଠୀଙ୍କ ଝିଅ କାଞ୍ଚନବାଳା ସେଠୀ (୩୦)ଙ୍କୁ ପ୍ରେମ ବିବାହ କରିଥିଲା। ବିବାହର କିଛି ବର୍ଷ ପରେ ସେମାନଙ୍କର ଗୋଟିଏ ପୁଅ ଜନ୍ମ ହୋଇଥିଲା। ୪ ବର୍ଷ ତଳେ ପତ୍ନୀ ଓ ପୁଅ ସହ ଉମେଶ କୁଶଗଡ଼ିଆସ୍ଥିତ ଏକ ଭଡ଼ାଘରେ ରହୁଥିଲା।

ଅର୍ଥାଭାବ ଥିଲେ ମଧ୍ୟ ସେ ଉଧାର କରି ମଦ ପିଉଥିଲା। ଉଧାର ଟଙ୍କା ଶୁଝୁ ନଥିବାରୁ ବିଭିନ୍ନ ସମୟରେ ଲୋକେ କା‌ଞ୍ଚନବାଳାଙ୍କୁ ତାଗିଦ କରୁଥିଲେ। ଏହାକୁ ନେଇ ବିଭିନ୍ନ ସମୟରେ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଗତକାଲି ବି ଉମେଶ ମଦ ପିଇ ଘରକୁ ଫେରିବା ପରେ ଦୁହିଁଙ୍କ ଭିତରେ ଝଗଡ଼ା ହୋଇଥିଲା। ଉମେଶ ଏଥିରେ ଉତ୍‌କ୍ଷିପ୍ତ ହୋଇ କାଞ୍ଚନବାଳାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ସେତିକିରେ ତାଙ୍କ ରାଗ ଶାନ୍ତ ହେଲାନି ଯେ ଶୋଇଥିବା ୬ ବର୍ଷର ପୁଅ ଉତ୍କଳଙ୍କ ବି ସମାନ ଢଙ୍ଗରେ ହତ୍ୟା କରିଥିଲା। ଘଟଣାକୁ ଆତ୍ମହତ୍ୟା ରୂପ ଦେବା ପାଇଁ ଫ୍ୟାନ୍‌ରେ ଏକ ଶାଢ଼ି ବାନ୍ଧି ଦେଇଥିଲ‌ା ଏବଂ ନିକଟ ପୁରିପଡ଼ା ଗ୍ରାମସ୍ଥ ଏକ ଇଟା ଫାକ୍ଟ୍ରିରେ ଲୁଚିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe