ନୟାଗଡ଼ ଷ୍ଟେସନ୍‌ରେ ଭଙ୍ଗାରୁଜା କରିବା ସହ ଷ୍ଟେସନ୍‌ ମ୍ୟାନେଜର୍‌ଙ୍କ ମୁଣ୍ଡ ଫଟାଇ ଦେଲେ ଦଳେ ମଦ୍ୟପ

Advertisment
ନୟାଗଡ଼ ଷ୍ଟେସନ୍‌ରେ ଭଙ୍ଗାରୁଜା କରିବା ସହ ଷ୍ଟେସନ୍‌ ମ୍ୟାନେଜର୍‌ଙ୍କ ମୁଣ୍ଡ ଫଟାଇ ଦେଲେ ଦଳେ ମଦ୍ୟପ

ନୟାଗଡ଼: ଗତ ବିଳମ୍ବିତ ରାତ୍ରୀରେ ନୟାଗଡ଼ ଟାଉନ୍‌ ରେଳ ଷ୍ଟେସନ୍‌ ଭିତରକୁ ଦଳେ ମଦ୍ୟପ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିବା ସହ ଅଫିସ୍‌ର କେତେକ କାଗଜପତ୍ର ପୋଡ଼ି ପକାଇଛନ୍ତି। ମଦ୍ୟପାନ କରିଥିବା ଉକ୍ତ ଯୁବକମାନଙ୍କ ଆକ୍ରମଣରେ ଷ୍ଟେସନ୍‌ ମ୍ୟାନେଜର୍‌ ସଞ୍ଜୟ ପ୍ରଧାନଙ୍କ ମୁଣ୍ଡ ମଧ୍ୟ ଫାଟି ଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଗତ ରାତିରେ ଷ୍ଟେସନ୍‌ ସମ୍ମୁଖରେ ୧୫ରୁ ଅଧିକ ଯୁବକ ବସି ମଦ୍ୟପାନ କରୁଥିଲେ। ‘ଆର୍‌ପିଏଫ୍‌’ ପୁଲିସ ଏହାକୁ ବିରୋଧ କରିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଷ୍ଟେସନ୍‌ରେ ମାତ୍ର ୪ଜଣ ‘ଆର୍‌ପିଏଫ୍‌’ କର୍ମଚାରୀ ଥିବାରୁ ମଦ୍ୟପାନ କରିଥିବା ଯୁବକମାନେ ସେମାନଙ୍କ କଥାକୁ ଖାତର ନ କରି ବିବାଦ ଆରମ୍ଭ କରିଥିଲେ। ବିବାଦ ବଢ଼ିବା ଦେଖି ଷ୍ଟେସନ୍‌ ମ୍ୟାନେଜର୍‌ ଶ୍ରୀ ପ୍ରଧାନ ସେଠାକୁ ଯାଇ ବୁଝାଶୁଝା କରାଇ ପରିସ୍ଥିତିକୁ ଶାନ୍ତ କରିବା ଲାଗି ଉଦ୍ୟମ କରୁଥିବା ବେଳେ ମଦ୍ୟପାନ କରିଥିବା ଯୁବକମାନେ ତାଙ୍କୁ ଆକ୍ରମଣ କରିଥିଲେ।publive-image

ମଦ୍ୟପାନ କରିଥିବା ଏହି ଯୁବକମାନଙ୍କ ମଧ୍ୟରେ ନୟାଗଡ଼ ‘ଏସ୍‌ପି’ଙ୍କ କାର୍ଯ୍ୟାଳୟର କେତେକ ତଳିଆ କର୍ମଚାରୀ ସାମିଲ ଥିବା ଶୁଣାଯାଉଛି।

ଷ୍ଟେସନ୍‌ ମ୍ୟାନେଜର୍‌ ସଞ୍ଜୟ ପ୍ରଧାନ ଘଟଣା ସଂକ୍ରାନ୍ତରେ ଟାଉନ୍‌ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଗଣ୍ଡଗୋଳରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe