ଭିମ୍‌ସାରରେ ନିଶାସକ୍ତ ଆଟେଣ୍ଡାଣ୍ଟଙ୍କ ଉନ୍ମତ୍ତକାଣ୍ଡ : ରେଡିଓଗ୍ରାଫର ଓ ରୋଗୀ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର

ଭିମ୍‌ସାରରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା, ଜରୁରୀ ଔଷଧ ନମିଳିବାରୁ ମୃତ୍ୟୁ !

Telegraph India

ସମ୍ବଲପୁର : ବୁର୍ଲା ବଡ଼ ଡାକ୍ତରଖାନାରେ ପୁଣିଥରେ ଜଣେ ନିଶାସକ୍ତ ଆଟେଣ୍ଡାଣ୍ଟଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ସକାଳ ୯ଟା ଯାଏ କାର୍ଯ୍ୟରତ ଉକ୍ତ ଆଟେଣ୍ଡାଣ୍ଟ କୁଆଡ଼େ ଚାଲି ଯାଇଥିଲେ। ଏହା ପରେ ଦିନ ୧୨ଟା ସମୟରେ ଡାକ୍ତରଖାନା ପରିସରକୁ ଆସି ପାଟିତୁଣ୍ଡ କରିବା ପରେ ସିଟି ସ୍କାନ୍‌ ସେଣ୍ଟରକୁ ପଶି ରେଡିଓଗ୍ରାଫରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ସେଠାରେ କାର୍ଯ୍ୟରତ କର୍ମଚାରୀ ଉକ୍ତ ଆଟେଣ୍ଡାଣ୍ଟଙ୍କୁ ବିରୋଧ କରିବା ପରେ ସେ ଯାଇ ପୁଣି କିଛି ରୋଗୀ ସମ୍ପର୍କୀୟଙ୍କୁ ଗାଳିଗୁଲଜ କରିଥିଲା।

ଏହି ଘଟଣା ଦେଖି ଡାକ୍ତରଖାନାର ସୁରକ୍ଷାକର୍ମୀମ‌ାନେ ତାଙ୍କୁ ବ‌ାହାରକୁ ବାହାର କରିଦେଇଥିଲେ। ମାତ୍ର ଖବର ଲେଖାହେବା ଯାଏ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରେ ରେଡିଓଗ୍ରାଫରଙ୍କୁ ଲିଖିତ ଅଭିଯୋଗ ଦେବା ପାଇଁ କୁହାଯାଇଛି ଏବଂ ଅଭିଯୋଗ ମିଳିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe