ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ: ଗିରଫ ଦାବିରେ ଥାନା ଘେରାଉ

Advertisment
ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ: ଗିରଫ ଦାବିରେ ଥାନା ଘେରାଉ

ତୁରେକେଲା: ତୁରେକେଲା ଥାନା ଗଏନ୍ଦିମାଲ ଗାଁର ଶୋଭାନନ୍ଦ ଭୋଇ (୪୫) ନାମକ ଯୁବକ ସବୁ ସମୟରେ ମାତାଲ ଅବସ୍ଥାରେ ଗାଁରେ ଉନ୍ମତ୍ତ କାଣ୍ଡ କରୁଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ରବିବାର ଶୋଭାନନ୍ଦଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଗାଁ ଲୋକ ଥାନା ଘେରାଉ କରିଥିଲେ।

ଗାଁର ଶତାଧିକ ଲୋକ ଶୋଭାନନ୍ଦଙ୍କ ଗିରଫ ଦାବି କରିଥିଲେ। ପରେ ଗାଁର ୩ ଜଣ ଏତଲା ଦେଇଥିଲେ। ପୂର୍ବରୁ ମଧ୍ୟ ଶୋଭାନନ୍ଦଙ୍କ ନାଁରେ ଅଭିଯୋଗ କରିଥିଲେ। ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଶୋଭାନନ୍ଦଙ୍କ ସାହସ ବଢ଼ି ବଢ଼ି ଚାଲିଛି ବୋଲି ଗାଁ ଲୋକ ଅଭିଯୋଗ କରୁଛନ୍ତି। ଶୋଭାନନ୍ଦଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିବାରୁ ଗାଁ ଲୋକ ଶାନ୍ତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe