ଆସନ୍ତା ୪ ଦିନ ରାଜ୍ୟରେ ପାଗ ଶୁଖିଲା

ରାଜ୍ୟରେ ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ

photo by : Skymet Weather

ଭୁବନେଶ୍ୱର : ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଆଉ ବର୍ଷା ନାହିଁ। ପାଗ ସମ୍ପୂର୍ଣ୍ଣ ଶୁଖିଲା ଓ ଖରାଟିଆ ରହିବ। ୨୮ ତାରିଖ ଆଡ଼କୁ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। କିନ୍ତୁ ଏହାର ପରିମାଣ ବହୁତ କମ୍‌ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ଏବେ ମୌସୁମୀ ଟ୍ରଫ୍‌ ରାଜସ୍ଥାନରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ଗତି କରୁଛି। ପ୍ରାୟତଃ ଏହା ସ୍ବାଭାବିକ ସ୍ଥାନରେ ହିଁ ରହିଛି। ଏଥିସହ ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ରହିଥିବାରୁ ଆସନ୍ତାକାଲି ପୂର୍ବାହ୍ନ ପର୍ଯ୍ୟନ୍ତ ରାଜ୍ୟ କେତେକ ସ୍ଥାନରେ ହାଲ୍‌କାରୁ ମଧ୍ୟମ ବର୍ଷା ହୋଇପାରେ। ୨୫ରୁ ୨୮ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ଶୁଖିଲା ରହିବ। ଭୁବନେଶ୍ବର ଓ କଟକରେ ଆସନ୍ତାକାଲି ପାଗ ମେଘୁଆ ରହିବ। କିଛି କିଛି ସ୍ଥାନରେ ସ୍ବଳ୍ପ ବର୍ଷା ମଧ୍ୟ ହୋଇପାରେ ବୋଲି ସେ କହିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇଯାଇଛି। ଏଥିସହ କିଛି କିଛି ସ୍ଥାନ‌ରେ ପ୍ରବଳ ବର୍ଷା ମଧ୍ୟ ‌‌‌‌ହୋଇଯାଇଛି। ରେଢାଖୋଲରେ ରାଜ୍ୟର ସର୍ବାଧିକ ବର୍ଷା ହୋଇଯାଇଛି। ଏଠାରେ ୧୫୫.୦ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe