ପାଗ ଶୁଖିଲା ରହିବ

ରାଜ୍ୟ‌ରେ ୨୨ ଯାଏ ବର୍ଷା, ଶେଷ ସପ୍ତାହରୁ ଅନୁଭୂତ ହେବ ଗରମ

photo by : skymetweather.com

ଭୁବନେଶ୍ୱର : ଆସନ୍ତା ୫ ଦିନ ଯାଏ ସାରା ଓଡ଼ିଶାରେ ପାଗ ଶୁଖିଲା ରହିବ। ଠାଏ ଠାଏ ଅସରାଏ ଦିଅସରା ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଜୁଲାଇ ୨୯ ବେଳକୁ ଲଘୁଚାପ ବଳୟ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଥିଲା। ହେଲେ ଆଜି କୁହାଯାଇଛି ଯେ ସେଭଳି କିଛି ହେବାର ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାପ୍ରଭାବରେ କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ। ଜୁଲାଇ ୩୦ ଯାଏ ସେଭଳି ବର୍ଷା ନାହିଁ। ଜୁଲାଇ ୩୧ ବେଳକୁ ଉତ୍ତର ଓଡ଼ିଶାର ଅଧିକାଂଶ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe