ଦୁବାଇରେ ଓଡ଼ିଆ ଦିବସ ପାଳିତ

Advertisment

ବନ୍ଦେ ଉତ୍କଳ ଜନନୀ ଗାନକଲେ ପ୍ରବାସୀ ଓଡ଼ିଆ

ବନ୍ଦେ ଉତ୍କଳ ଜନନୀ ଗାନକଲେ ପ୍ରବାସୀ ଓଡ଼ିଆ

ଦୁବାଇରେ ଓଡ଼ିଆ ଦିବସ ପାଳିତ

ଭୁବନେଶ୍ବର : ଦୁବାଇଠାରେ ଓଡ଼ିଆ ଦିବସ ପାଳିତ ହୋଇଯାଇଛି। ସେଠାରେ ଥିବା ପ୍ରବାସୀ ଓଡ଼ିଆମାନେ ଆଜି ସକାଳେ ବିଶ୍ବର ଉଚ୍ଚତମ ଅଟ୍ଟାଳିକା ବୁର୍ଜ ଖାଲିଫା ତଳେ ଠିଆହୋଇ ଉତ୍କଳ ଦିବସ ପାଳନ କରିବା ସହିତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ। କୋଭିଡ୍‌ ଗାଇଡ୍‌ଲାଇନ ପାଳନ ସହ ସାମାଜିକ ଦୂରତା ରକ୍ଷାକରି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲେ।

ଏହି ଅବସରରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଆରିସା ପିଠା, ଆଳୁଦମ୍‌, ବରା ପରସା ଯାଇଥିଲା। କାର୍ଯ୍ୟକ୍ରମରେ ୧୦ ବର୍ଷ ଧରି ସଂଯୁକ୍ତ ଆରବରେ ବାସ କରୁଥିବା ସଫଳ ଉଦ୍ୟୋଗୀ ରିଚା ସାମନ୍ତରାୟ ଯୋଗଦେଇ କହିଥିଲେ ଯେ, ‘ ବୁର୍ଜ ଖାଲିଫା ସାମ୍‌ନାରେ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରିବା ଏବଂ ସମସ୍ତଙ୍କ ସହ ମିଶି ଭୋଜନ କରିବା ମୋ ପାଇଁ ଏକ ଗର୍ବର ବିଷୟ।’ ଏଫ୍‌ଏମ୍‌ସିଜି କମ୍ପାନିର ମହାପ୍ରବନ୍ଧକ ପ୍ରିୟଦର୍ଶୀ ପାଣିଗ୍ରାହୀ ଯୋଗଦେଇ ଉତ୍କଳ ଦିବସ ସମ୍ପର୍କରେ ଆଲୋକପାତ କରିବା ସହ ବନ୍ଦେ ଉତ୍କଳ ଜନନୀ ଗାନ କରି ଓଡ଼ିଆ ଭାବେ ଗର୍ବ ଅନୁଭବ କରିଥିବା କହିଥିଲେ। ସେଠାରେ ଉପସ୍ଥିତ ଶିକ୍ଷାକ୍ଷେତ୍ରରେ କାର୍ଯ୍ୟରତ ଅନ୍ୟଜଣେ ଓଡ଼ିଆ ରାଜେଶ ତ୍ରିପାଠୀ ଉତ୍କଳ ଦିବସ ପାଳନ ତଥା ବନ୍ଦେ ଉତ୍କଳ ଜନନୀ ଗାନ କରି ଦେଶାତ୍ମବୋଧ ଜାଗ୍ରତ ହୋଇଥିବା ମତବ୍ୟକ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe