ଦୁର୍ଘଟଣା ଯୋଗୁ ମହାପ୍ରଭୁଙ୍କ ଦର୍ଶନ ନୋହିଲା

ଦୁର୍ଘଟଣା ଯୋଗୁ ମହାପ୍ରଭୁଙ୍କ ଦର୍ଶନ ନୋହିଲା

ପୁରୀ: ଶୁକ୍ରବାର ଦିନ ମହାପ୍ରଭୁଙ୍କ ଦର୍ଶନ କରିବାକୁ କାର୍‌ରେ ପୁରୀକୁ ଆସୁଥିବା ଏକ ଦମ୍ପତି ତୁଳସୀଚଉରା ନିକଟରେ ଦୁର୍ଘଟଣାର ଶିକାର ହୋଇ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ଶ୍ରୀମନ୍ଦିର ଯିବା ପରିବର୍ତ୍ତେ ଏବେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ତିନିଟା ସମୟରେ ଭୁବନେଶ୍ବରରୁ ପୁରୀକୁ ଆସୁଥିବା ଓଡି-୩୩-ଟି-୧୯୫୮ ନମ୍ବର ବିଶିଷ୍ଟ ହୋଣ୍ଡା ଆମେଜ୍‌ କାର୍‌ଟିର ତୁଳସୀଚଉରା ନିକଟରେ ଏକ ବିଦ୍ୟୁତ ଖଣ୍ଟି ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବିଦ୍ୟୁତ ଖୁଣ୍ଟଟି ଭାଙ୍ଗିଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭୁବନେଶ୍ବର କିଟ୍‌ ଅଞ୍ଚଳରୁ ଆସୁଥିବା ପ୍ରିୟବ୍ରତ ଦାଶ(୫୩) ଓ ତାଙ୍କ ପତ୍ନୀ ରାଜଶ୍ରୀ ଦାଶ(୫୦) ଦୁହେଁ ଏହି ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିଲେ। ଗାଡ଼ିଚଳାଇ ଆସୁଥିବା ବେଳେ ହଠାତ ଆଖିକୁ ସବୁକିଛି ଅନ୍ଧାର ଦେଖାଗଲା ବୋଲି ଶ୍ରୀ ଦାଶ କହିଛନ୍ତି। ତେବେ ଏହି ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ଟିମ୍‌ ସେଠାରେ ପହଞ୍ଚି ଦୁହିଁଙ୍କୁ ଚିକିତ୍ସା ନିମନ୍ତେ ଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe