ଅର୍ଥାଭାବରୁ ଯୋଗାଡ଼ ହୋଇ ପାରିଲାନି ଶବବାହକ ଗାଡ଼ି: ମା’ର ମୃତଦେହକୁ ୫ ଘଣ୍ଟା ଜଗିରହିଲା ଝିଅ

Advertisment

ନିଶୁଳ୍କ ସରକାରୀ ଶବବାହକ ଗାଡ଼ି ଉପଲବ୍‌ଧ ନଥିଲା। ଟଙ୍କା ନଥିବାରୁ ଘରୋଇ ଗାଡ଼ି ଯୋଗାଡ଼ ହୋଇ ପାରିଲାନି। ୫ ଘଣ୍ଟା ଧରି ମା’ର ଶବ ପାଖରେ ଜଗିରହିଲା ଅନାଥ ଝିଅ। ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ।

ନିଶୁଳ୍କ ସରକାରୀ ଶବବାହକ ଗାଡ଼ି ଉପଲବ୍‌ଧ ନଥିଲା। ଟଙ୍କା ନଥିବାରୁ ଘରୋଇ ଗାଡ଼ି ଯୋଗାଡ଼ ହୋଇ ପାରିଲାନି। ୫ ଘଣ୍ଟା ଧରି ମା’ର ଶବ ପାଖରେ ଜଗିରହିଲା ଅନାଥ ଝିଅ। ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ।

gfgddgjcncnb

ବଲାଙ୍ଗୀର: ନିଶୁଳ୍କ ସରକାରୀ ଶବବାହକ ଗାଡ଼ି ଉପଲବ୍‌ଧ ନଥିଲା। ଟଙ୍କା ନଥିବାରୁ ଘରୋଇ ଗାଡ଼ି ଯୋଗାଡ଼ ହୋଇ ପାରିଲାନି। ୫ ଘଣ୍ଟା ଧରି ମା’ର ଶବ ପାଖରେ ଜଗିରହିଲା ଅନାଥ ଝିଅ। ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ। ଭେଷଜ ବିଭାଗର ମହିଳା ୱାର୍ଡରେ ଖପ୍ରାଖୋଲ ବ୍ଲକ୍‌ ବେନ୍ଦର ଗାଁର ସୂର୍ଯ୍ୟକାନ୍ତି ମାଝୀଙ୍କ ଶବ ବହୁ ସମୟ ଧରି ପଡ଼ି ରହିବାରୁ ଅସନ୍ତୋଷ ଦେଖାଦେଇଥିଲା। ଏଣେ ମେଡିସିନ୍‌ ୱାର୍ଡରେ ଶବରୁ ଗନ୍ଧ ଆସିବା ଆରମ୍ଭ ହୋଇଥିଲା।

ପୂର୍ବରୁ ଏକ ଆମ୍ବୁଲାନ୍ସରେ ରାଜେଶ୍ୱରୀ ରଶ୍ମୀ ଭୋଇ ନାମକ ଜଣେ ଯୁବତୀଙ୍କ ସହାୟତାରେ ଅସୁସ୍ଥ ସୂର୍ଯ୍ୟକାନ୍ତିଙ୍କୁ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ ଭୀମ ଭୋଇ ବଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ୧୭ ତାରିଖ ସେ ଭର୍ତ୍ତି ହୋଇଥିବାବେଳେ ଶନିବାର ସକାଳ ୧୦.୪୫ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତଦେହ ଦିନ ୩ଟା ପର୍ଯ୍ୟନ୍ତ ସେହି ୱାର୍ଡରେ ପଡ଼ି ରହିଥିଲା। ଶବ ପାଖରେ ଅସହାୟ ଝିଅ ଡିଲେଶ୍ବରୀ ବସି ରହିଥିଲେ। ଗାଁକୁ ଶବ ନେବା ପାଇଁ ଝିଅ ପାଖରେ ଅର୍ଥ ନଥିଲା। ପରେ ମେଡିକାଲ ଅଧୀକ୍ଷକ ଡା. ମାନସୀ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଶବବାହକ ଗାଡ଼ି ଯୋଗାଡ଼ ହୋଇଥିଲା ଓ ଶବ ଗାଁକୁ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe