ବର୍ଷା ଅଭାବରୁ ଧାନ ବିଲ ଫାଟି ଆଁ

Advertisment
ବର୍ଷା ଅଭାବରୁ ଧାନ ବିଲ ଫାଟି ଆଁ

ଭାପୁର: ଭାପୁର ବ୍ଲକ୍‌ ଅଞ୍ଚଳରେ ଆବଶ୍ୟକ ବର୍ଷାଠାରୁ କମ୍‌ ବର୍ଷା ହୋଇଥିବା ଯୋଗୁ ଚାଷ କାର୍ଯ୍ୟରେ ଅସୁବିଧା ଉପୁଜିଛି। ଗତ କିଛି ଦିନ ହେଲା ଲଘୁଚାପ ବର୍ଷା ହେଲା, କିନ୍ତୁ ଆବଶ୍ୟକ ପରିମାଣର ବର୍ଷା ହୋଇନଥିଲା। ବର୍ତ୍ତମାନ ଆକାଶରେ କଳାହାଣ୍ଡିଆ ବର୍ଷା ଉଠାଉଛି କିନ୍ତୁ ବରଷୁନାହିଁ। ବର୍ଷା ଉଭାନ୍‌ ହୋଇ ଗଲାଣି। ବର୍ଷା ଅଭାବରୁ ଧାନ ବିଲ ଫାଟି ଆଁ କଲାଣି, ଯାହାକୁ ନେଇ କୃଷକମାନେ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଲେଣି।

ସୂଚନା ଅନୁଯାୟୀ, ଭାପୁର ବ୍ଲକ୍‌ ଅଞ୍ଚଳରେ ଅଗଷ୍ଟ ମାସ ଆରମ୍ଭରୁ ୧ ତାରିଖରେ ୧୧.୩ ମିମି ବର୍ଷା ହୋଇଥିବା ବେଳେ ୨ରେ ୨୪.୨ମିମି, ୩ରେ ୭୬.୩ ମିମି, ୪ରେ ୪.୧ମିମି ବର୍ଷା ହୋଇଥିଲା। ତେବେ ୫ ତାରିଖରୁ ଆଜି ପର୍ଯ୍ୟନ୍ତ ବର୍ଷାର ନାଁ ଗନ୍ଧ ନାହିଁ। ବର୍ଷା ଅଭାବରୁ ଧାନ ବିଲରେ ବେଉସଣ ଓ ରୁଆ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟିହେଉଛି। ବିଲରେ ପାଣି ଅଭାବ ଯୋଗୁ କୃଷକମାନେ କିଛି ପରିମାଣରେ ବିକଳ୍ପ ବ୍ୟବସ୍ଥା ଆପଣେଇଛନ୍ତି। କିଛି ବିଲ ନିକଟରେ ଥିବା ଚୁଆ, ପୋଖରୀ ଓ ଜଳାଶୟଗୁଡ଼ିକରୁ ମୋଟର ପମ୍ପ ଦ୍ୱାରା ପାଣି ବୁହାଇ ଧାନଗଛ ରୋଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ବର୍ଷାଭାବ ଲାଗିରହିଲେ ଗଜା ଓ ରୁଆ ଧାନ ଗଛଗୁଡ଼ିକ ମରିଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ସ୍ଥାନୀୟ କୃଷକମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe