ବାତ୍ୟା ‘ଦାନା’ ନେଇ ପୁରୀ ଜିଲ୍ଲାର ୫ଟି ବ୍ଲକରେ ହାଇ ଆର୍ଲଟ ଜାରି

ବାତ୍ୟା ‘ଦାନା’ ମାଡି ଆସୁଛି । ଘଣ୍ଟାକୁ ୧୫କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବାତ୍ୟା ମୁକାବିଲା ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି...

ଅଦ୍ୟତନ ହୋଇଛି
WhatsApp Image 2024-10-24 at 1.03.38 PM

ଭୁବନେଶ୍ବର: ବାତ୍ୟା ‘ଦାନା’ ମାଡି ଆସୁଛି । ଘଣ୍ଟାକୁ ୧୫କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ହୋଇଛି। ଗୁରୁବାର ମଧ୍ୟରାତ୍ର ସୁଦ୍ଧା ଭଦ୍ରକ ଧାମରା ଓ କେନ୍ଦ୍ରାପଡାର ରାଜକନିକା ମଧ୍ୟ ଭାଗରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବାତ୍ୟା ମୁକାବିଲା ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି। ସେପଟେ ପୁରୀରେ ଗତକାଲି ରାତିରୁ ବର୍ଷା ଲାଗି ରହିଛି। ସମୁଦ୍ର ଅଶାନ୍ତ ରହିଛି।

ବାତ୍ୟାର ପ୍ରଭାବରେ ସମୁଦ୍ରରେ ବଡ଼ବଡ଼ ଜୁଆର କୂଳ ଲଙ୍ଘୁଛି। ଫଳରେ ସମୁଦ୍ରକୁ ଯିବା ପାଇଁ  ମତ୍ସ୍ୟଜୀବୀମାନଙ୍କୁ  ବାରଣ କରାଯାଇଛି। ସମୁଦ୍ର ସ୍ନାନ ଉପରେ କଟକଣା ଲଗାଯାଇଛି। ଅଗ୍ନିଶମ ବିଭାଗ , ଲାଇଫଗାର୍ଡ ଓ ପୁଲିସ ପକ୍ଷରୁ ସମୁଦ୍ର କୂଳରେ ଲାଲ ପତାକା ଲଗାଇ ପର୍ଯ୍ୟଟକଙ୍କୁ ସଚେତନ କରାଯାଉଛି।  

ପୁରୀ ସହରକୁ ପର୍ଯ୍ୟଟକ ମୁକ୍ତ କରାଯାଇଛି। ପୁରୀ ଜିଲ୍ଲାର ୫ଟି ବ୍ଲକରେ ହାଇ ଆର୍ଲଟ ଜାରି ହୋଇଛି। ସମୁଦ୍ର କୂଳିଆ ଅଞ୍ଚଳ ଓ ତଳି ଅଞ୍ଚଳରେ କଚ୍ଚା ଘରେ ବସବାସ କରୁଥିବା ଗାଁମାନଙ୍କୁ ଚିହ୍ନଟ କରାଯାଇଛି।

ବାତ୍ୟା ଆଶ୍ରୟ ସ୍ଥଳ ଓ ଅସ୍ଥାୟୀ ଆଶ୍ରୟ ସ୍ଥଳକୁ ପ୍ରସ୍ତୁତ ରଖାଯାଇଛି। ଆସନ୍ନ ପ୍ରସବ ମହିଳାମାନଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ତଥା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।  ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରାଯାଇଛି। ‌ତେବେ ବର୍ଷା ଯୋଗୁ ଏଥିରେ ବାଧା ସୃଷ୍ଟି ହୋଇଛି।

ପୁରୀ ଜିଲ୍ଲାପାଇଁ ପୂର୍ବତନ ପୁରୀ ଜିଲ୍ଲାପାଳ ତଥା ପର୍ଯ୍ୟଟନ ସଚିବ ବଲୱନ୍ତ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି। ସେ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଧ୍ୟ ବିଭିନ୍ନ ଅଞ୍ଚଳ ଗସ୍ତକରି ବାତ୍ୟା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ରିଲିଫ ପ୍ରସ୍ତୁତ ରହିଛି। ଶୁଖିଲା ଖାଦ୍ୟ ହେଉ କି ରନ୍ଧା ଖାଦ୍ୟ ହେଉ ଲୋକଙ୍କୁ ଯୋଗାଇଦିଆଯିବା ପାଇଁ ସ୍ୱତନ୍ତ୍ର କେନ୍ଦ୍ର ପ୍ରସ୍ତୁତ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe