ପାଣି ଅଭାବରୁ ଧାନ ଫସଲ ନଷ୍ଟ, ଚାଷୀ ହତାଶ

Advertisment
ପାଣି ଅଭାବରୁ ଧାନ ଫସଲ ନଷ୍ଟ, ଚାଷୀ ହତାଶ

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଟୁନିଆଁମୁଣ୍ଡା ଗ୍ରାମର କେତେକ ଚାଷୀଙ୍କ ଧାନ ଫସଲ ପାଣି ଅଭାବରୁ ନଷ୍ଟ ହୋଇଯାଇଛି। ସଂପୃକ୍ତ ଚାଷୀମାନେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି।

ଚାଷୀ ରାଜେନ୍ଦ୍ର ସା, ନୀଳମଣି ଛତ୍ରିଆ, ଦାଶରଥୀ ସାହୁ, କୁଶବନ୍ତ ନାଏକ, ଅନନ୍ତ ବାରିକ, ଜଗତ ପ୍ରସାଦ ଜାଲ, ହୃଦାନନ୍ଦ ସାହୁ, ଅନିରୁଦ୍ଧ ବଢ଼େଇ, ଚନ୍ଦ୍ରଭାନୁ ସାହୁ, ସମାରୁ ସାହୁ, ବଲ୍ଲଭ ବାରିକ, ଫକିର ନାଏକ ଓ ଅଭିମନ୍ୟୁ ସୁନା ପ୍ରମୁଖ ଜିଲ୍ଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ କେନାଲ ପାଣି ସେମାନଙ୍କ ଜମିରେ ପହୁଞ୍ଚି ପାରୁ ନଥିବାରୁ ସେମାନେ ଲିଫ୍ଟ ଇରିଗେସନ୍‌ ପଏଣ୍ଟ ଲଗାଇଥିଲେ। କିନ୍ତୁ ବିଦ୍ୟୁତ୍‌ ବିଭ୍ରାଟ ଯୋଗୁଁ ପ୍ରକଳ୍ପ ଚାଲିପାରୁ ନାହିଁ। ଯଦ୍ବାରା ପାଣି ନ ପାଇ ସେମାନଙ୍କ ଜମିରେ ଧାନ ଫସଲ ନଷ୍ଟ ହୋଇଯାଉଛି। ଜିଲ୍ଲା ପ୍ରଶା‌ସନ ତୁରନ୍ତ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଚାଷୀମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe