ଡୁଲେ ରାପରଙ୍କୁ ପୁଲିସ୍‌ ପକ୍ଷରୁ ଜେରା

Advertisment
ଡୁଲେ ରାପରଙ୍କୁ ପୁଲିସ୍‌ ପକ୍ଷରୁ ଜେରା

ଭବାନୀପାଟଣା : କଳାହାଣ୍ଡିର ରାପ୍‌ ଗାୟକ ଡୁଲେ ରାପରଙ୍କୁ ଆଜି କଳାହାଣ୍ଡି ପୁଲିସ୍‌ ଜେରା କରିଛି। ଏକ ପୁରୁଣା ମାମଲାର ତଦନ୍ତ ପାଇଁ ପୁଲିସ୍‌ ତାଙ୍କୁ ବୋର୍ଡା ଗ୍ରାମରୁ ଆଣିଥିଲା। ଜେରା ପରେ ତାଙ୍କୁ ଘ‌ରେ ଛାଡ଼ି ଦେଇଥିବା ଜଣାପଡ଼ିଛି। ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ବୋର୍ଡା ଗ୍ରାମର ରାପ ଗାୟକ ଡୁଲେ ରାପର ଦିନକୁଦିନ ବିବାଦୀୟ ହୋଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଅଶ୍ଳୀଳ ଗୀତ ଗାଇ ସେ ରାଜ୍ୟବ୍ୟାପୀ ସମାଲୋଚନାର ଶରବ୍ୟ ହୋଇଥିଲେ। ତାଙ୍କର ଏହି ଗୀତକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିଲା। ୨୦୨୧ ମେ ୨୮ ତାରିଖରେ ଅଲ ଓଡ଼ିଶା ସିଡ୍ୟୁଲ୍‌ କାଷ୍ଟ ଫେଡେରେସନ ପକ୍ଷରୁ ଏନେଇ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତିକରି ତତ୍କାଳୀନ ପୁଲିସ ଏସଡିପିଓ ରମେଶ ଚନ୍ଦ୍ର ସେଠୀ କେସ ନଂ-୧୯୩/୨୧ ତା:୨୮-୦୫-୨୧ରେ ଦଫା ୨୯୪, ୫୦୬, ୩୪, ୩୧ (ଆରଏସ), ୩ (୨) ଭିଏ ଦଫାରେ ଏକ ମାମଲା ରୁଜୁ କରିଥିଲେ। ଏହି ଘଟଣାର ତଦନ୍ତ ନିମନ୍ତେ ବୋର୍ଡା ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍‌ ଭବାନୀପାଟଣା ଏସଡିପିଓ କାର୍ଯ୍ୟାଳୟରେ ତାଙ୍କୁ ହାଜର କରିଥିଲେ। ପୁଲିସ ଏସଡିପିଓ ସୁନାରାମ ହେମ୍ବ୍ରମ ଏହାର ତଦନ୍ତ କରିବା ପରେ ସନ୍ଧ୍ୟାରେ ଡିଲେ ରାପରଙ୍କୁ ଘରକୁ ନେଇ ପୁଲିସ୍‌ ଛାଡ଼ି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe