‘ଟ୍ରେନ ଦୁର୍ଘଟଣା ମୋ କୋଳ ଶୂନ୍ୟ କରିଦେବା ସହ ଝିଅକୁ ବିଧବା କଲା’: ବୃଦ୍ଧ ମା’

Advertisment
‘ଟ୍ରେନ ଦୁର୍ଘଟଣା ମୋ କୋଳ ଶୂନ୍ୟ କରିଦେବା ସହ ଝିଅକୁ ବିଧବା କଲା’: ବୃଦ୍ଧ ମା’

ଭୁବନେଶ୍ବର: ଜୁନ ୨ ତାରିଖ ‌ଟ୍ରେନ ନମ୍ବର ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ ଦ୍ରୁତଗତିରେ ଧାରଣାରେ ଦୌଡ଼ୁଥିବା ବେଳେ ବାଲେଶ୍ବର ବାହାନଗାରେ ଭୟଙ୍କର ଦୁର୍ଘଟଣା ଘଟିଥିଲା।  ଯାହାକି ଦେଶକୁ ସ୍ତବ୍ଧ କରି ଦେଇଛି । ଏହି ଦୁର୍ଘଟଣାରେ ଏଯାବତ ୨୮୮ଜଣ ଯାତ୍ରୀ ପ୍ରାଣ ହରାଇଥିବା ଜଣାପଡ଼ିଛି। କିଛିଲୋକ ଅଛନ୍ତି ଯେଉଁମାନେ ନିଜର ଦୁଇରୁ ତିନିଜଣ ଆତ୍ମୀୟଙ୍କୁ ଏକାଠି ହରାଇ ଦେଇଛନ୍ତି।

ଏଭଳି ଏକ ଦୁଃଖର ପାହାଡ ଝାଡ଼ଖଣ୍ଡ‌ର ଦୁମକାରେ ବସବାସ କରୁଥିବା  ସୋନୱା ମରାଣ୍ଡି ନାମକ ବୃଦ୍ଧା ମା’ଙ୍କ ସହିତ ଘଟିଛି। ଏହି ଭୟାବହ ରେଳ ଦୁର୍ଘଟଣା‌ରେ ୭୦ବର୍ଷର ବୃଦ୍ଧା ମା’ ନିଜର ଦୁଇପୁଅ ଓ ଜ୍ବାଇଁଙ୍କୁ ହରାଇ ଦେଇଛନ୍ତି। ଦୁଇପୁଅଙ୍କ ନାମ ଦେବେଶ୍ବର ମରାଣ୍ଡି ଓ ମେରୁଲାଲ ମରାଣ୍ଡି ହୋଇଥିବା ବେଳେ ଜ୍ବାଇଁଙ୍କ ନାମ ନାଇକି ଟୁଡୁ ବୋଲି ଜଣାପଡ଼ିଛି।

ପରିବାରଲୋକଙ୍କୁ ଏହି ଦୁଃଖଦ ଘଟଣା ସମ୍ପର୍କରେ ଖବର ମିଳିବା ପରେ ସେମାନଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଥିଲା। ଗୋଟିଏ ପରିବାରର ତିନିଜଣ ସଦସ୍ୟ‌ ଯେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଏକଥାକୁ ବିଶ୍ବାସ କରି ପାରି ନଥିଲେ ସେମାନେ। ଏହି ଖବର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ସୋନୱା ମରାଣ୍ଡି ଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ରେଳ ଦୁର୍ଘଟଣାରେ ନିଜର ଖୁସିକୁ ସବୁଦିନ ପାଇଁ ହରାଇ ‌ଦେଇ ସ୍ଥାଣୁ ପାଲଟି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe