ସଡ଼କରେ ଝୁଲି ରହିଲା ଡମ୍ପର, ବର୍ତ୍ତିଗଲେ ଚାଳକ

ସଡ଼କରେ ଝୁଲି ରହିଲା ଡମ୍ପର, ବର୍ତ୍ତିଗଲେ ଚାଳକ

କାଳିଆପାଣି: ଢେଙ୍କାନାଳ-କାମାକ୍ଷାନଗର ଓ ଯାଜପୁର-ସୁକିନ୍ଦା ମଧ୍ୟରେ ନିର୍ମାଣାଧୀନ ରେଙ୍ଗାଳି ବାମ କେନାଲ ଡିଏମ୍‌ଏଫ୍‌ ସଡ଼କରେ ଆଜି ଏକ ଡମ୍ପର(ଓଡି-୧୯ଏନ୍‌-୧୨୨୧) ବିପଜ୍ଜନକ ଭାବେ ବହୁ ସମୟ ଧରି ଝୁଲି ରହିଥିଲା। ତେବେ ଏହାର ଚାଳକ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଥିଲେ।

ବୋଲଡର ପ୍ୟାକିଂ କାମରେ ବ୍ୟବହୃତ ଏହି ଡମ୍ପର ଭାରସାମ୍ୟ ହରାଇ ‌ସଡ଼କ ପାର୍ଶ୍ବ ମାଟିରେ ଫସି ଯାଇଥିଲା। ଏହାର କ୍ୟାବିନ ଓ ଆଗ ଚକ ସଡ଼କର ୧୫ ଫୁଟ ଉପରେ ରହିଥିବା ସ୍ଥଳେ ପଛ ଚକ ସବୁ ମାଟି ଭିତରେ ଅଧା ପୋତା ଅବସ୍ଥାରେ ଥିଲା। ‌ବିପଦସଂକୁଳ ପରିସ୍ଥିତି ଥିବା ଉକ୍ତ ସ୍ଥାନରେ ସାମାନ୍ୟ ବ୍ୟତିକ୍ରମ ହୋଇଥିଲେ ଡମ୍ପର ସଡ଼କର ୨୫ ଫୁଟ ତଳକୁ ଖସି ଯିବାର ଭୟ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe