ରାସଗୋବିନ୍ଦପୁର/ମାଣିଦା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ମାଣିଦା ବଜାରରୁ ଆଜି ୧୨ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି। ଏ ଘଟଣାରେ ଦୁଇ ଛାତ୍ରଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତ ଛାତ୍ରଦ୍ୱୟ ମାଣିଦା ବଜାରରୁ ଏକ ଦୋକାନରୁ ୨୫୦ ଟଙ୍କାର ଜିନିଷ କିଣି ୨ ହଜାର ଟଙ୍କିଆ ନୋଟ୍ ଦେଇଥିଲେ। ସେଠାରୁ ବାକି ଟଙ୍କା ଧରି ଚାଲିଯାଇଥିଲେ। ନିକଟରେ ଥିବା ଏକ ଲୁଗା ଦୋକାନରୁ କପଡ଼ା କିଣି ପୁଣି ୨ ହଜାର ଟଙ୍କିଆ ନୋଟ୍ ଦେଇଥିଲେ। ଦୋକାନୀଙ୍କ ସନ୍ଦେହ ହେବାରୁ ଭଲ ଭାବେ ନୋଟ୍ଟିକୁ ନିରୀକ୍ଷଣ କରିଥିଲେ। ପରେ ତାହା ନକଲି ବୋଲି ଜଣାପଡ଼ିଥିଲା। ଯାଞ୍ଚ୍ କରିବାରୁ ଦୁଇ ଯୁବକଙ୍କଠାରୁ ୬ଟି ଦୁଇହଜାର ଟଙ୍କିଆ ନକଲି ନୋଟ୍ ମିଳିଥିଲା। ସ୍ଥାନୀୟ ଦୋକାନୀମାନେ ଦୁଇଯୁବକଙ୍କୁ ପୁଲିସକୁ ହସ୍ତାନ୍ତର କରିଥିଲେ।
ଜାଲ୍ ନୋଟ୍ ଜବତ; ୨ ଛାତ୍ର ଗିରଫ
Advertisment
Follow Us