image source- aajtak
ପାରଳାଖେମୁଣ୍ଡି: କେବଳ ଜାଲ୍ ନୋଟ କାରବାର ନୁହେଁ, ଜାଲ ନୋଟ ଛାପୁଥିଲେ ଏକ ରୢାକେଟ୍; ଯାହାର ପର୍ଦା ଉନ୍ମୋଚନ କରିଛି ଆନ୍ଧ୍ର ପୁଲିସ। ଏଭଳି ସଂଗିନ ଅଭିଯୋଗରେ ଆଜି ପାରଳା ଅଞ୍ଚଳର ୩ ଜଣଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧ ଲକ୍ଷ ୮୦ ହଜାର ଟଙ୍କାର ଜାଲ୍ ନୋଟ୍ ସମେତ ଏକ କଲର ପ୍ରିଣ୍ଟର୍, ମେସିନ ମଧୢ ଜବତ କରାଯାଇଛି। ସେମାନେ ହେଲେ - ପାରଳାଖେମୁଣ୍ଡିର ସୁରେଶ ପାଣି, ଲିମା ସୁବାସ, ଶୋହଳ ସି˚ହ ଭେଙ୍କଟ ରାମାରାଓ ଏବଂ ପଲାସାର କେ. ଅମିତ ରେଡ୍ଡି, ଇ˚ଜା ବିଶ୍ବନାଥ, ଜେନା ସୁଧୀର ।
କତୁରୁ, ଭାମିନି ଓ କାଶିବୁଗା ଅଞ୍ଚଳରେ ଜାଲ ନୋଟ କାରବାର ହେଉଥିବା ସୂଚନା ଶ୍ରୀକାକୁଲମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି. ଗଂଗାରାଜୁ ପାଇଥିଲେ। ୧୦ ହଜାର ଅସଲି ଟଙ୍କା ଦେଲେ ୫୦ ହଜାର ନକଲି ଟଙ୍କା ମିଳୁଥିବା ଜଣାପଡ଼ିବା ପରେ ଏହି ରୢାକେଟକୁ ଧରିବା ପାଇଁ କାଶିବୁଗା ଥାନା ଇନ୍ସପେକ୍ଟର ଆର. ଭେଙ୍କଟ ରାଓ ଅନୁସନ୍ଧାନ ଆରମ୍ଭ କରିଥିଲେ। ରେ˚ଗାଲୁପାଡ଼ ନିକଟସ୍ଥ ଏକ ଜଳାଶୟ ନିକଟରେ ୬ ଜଣ ଯୁବକ ଜାଲ ନୋଟ କାରବାର କରୁଥିବା ଜଣାପଡ଼ିବା ପରେ ସେ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ୬ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଜାଲନୋଟ ଛାପିବାରେ ପାରଳାଖେମୁଣ୍ଡି ଅପରାଧୀମାନଙ୍କ ପେଣ୍ଠସ୍ଥଳୀ ପାଲଟିଥିବା ବେଳେ ଏହାର ମୁଖ୍ୟ ନାୟକ ନିଲୁ ଷଡ଼ଙ୍ଗୀ ବର୍ତ୍ତମାନ ତାଣୁକୁ ଜେଲରେ ରହିଛି ବୋଲି ଏସ୍ପି ଶ୍ରୀ ରାଜୁ ପ୍ରକାଶ କରିଛନ୍ତି।
Follow Us