ବ୍ରହ୍ମପୁରରେ ନକଲି ପାଣି ବୋତଲ କାରଖାନା ଠାବ, ବିପୁଳ ସାମଗ୍ରୀ ଜବତ, ବ୍ୟବସାୟୀ ଅଟକ

Advertisment
ବ୍ରହ୍ମପୁରରେ ନକଲି ପାଣି ବୋତଲ କାରଖାନା ଠାବ, ବିପୁଳ ସାମଗ୍ରୀ ଜବତ, ବ୍ୟବସାୟୀ ଅଟକ

ବ୍ରହ୍ମପୁର: ବଡ଼ବଜାର ଥାନା ଇଲାକାରେ ପୁଣିଥରେ ଏକ ନକଲି କାରବାର ପର୍ଦ୍ଦାଫାସ୍‌ ହୋଇଛି। ବେଆଇନ ଗୁଟ୍‌ଖା, ନକଲି ସସ୍‌ ପରେ ଆଜି ଠାବ ହୋଇଛି ଏକ ବଡ଼ ଧରଣର ନକଲି ପାଣି ବୋତଲ କାରଖାନା। ହରିଡ଼ାଖଣ୍ଡି ଲକ୍ଷ୍ମୀବିହାର ଦ୍ବିତୀୟ ଲାଇନ୍‌ ସ୍ଥିତ ଏକ ଘରେ ଚାଲିଥିବା ବୋଟଲିଂ ୟୁନିଟ୍‌ ଧରିଛି ପୁଲିସ। ସେଠାରୁ ବିପୁଳ ପରିମାଣ ପାଣି ବୋତଲ ଜବତ ହୋଇଛି। ସେହିପରି ମେସିନ୍‌ ମଧ୍ୟ ଜବତ ହୋଇଛି। ଏ ସଂକ୍ରାନ୍ତରେ ଏସ୍‌. ରାକେଶ ପାତ୍ର ନାମକ ଜଣେ ବ୍ୟବସାୟୀଙ୍କୁ ଅଟକ ରଖି ପୁଲିସ ତଦନ୍ତ ଜାରି ରଖିଛି।

publive-image

ଲକ୍ଷ୍ମୀନଗରରେ ନକଲି ପାଣି ବୋଟଲିଂ ୟୁନିଟ୍‌ ଚାଲିଥିବା ନେଇ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ସେ ନେଇ ଟାଉନ୍ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି ଓ ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ଏକ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ଯାଞ୍ଚ ପରେ ସେହି ଘରେ ବେଆଇନ ଭାବେ ପାଣି ବୋତଲ ପ୍ରସ୍ତୁତ କରାଯାଉଥିଲା ବୋଲି ଜଣାପଡ଼ିଥିଲା। ଏହି ୟୁନିଟ୍‌ର କୌଣସି ଲାଇସେନ୍ସ ନଥିବା ବେଳେ ତାହା ବେଆଇନ ବୋଲି ପୁଲିସ କହିଛି। କିଛି ଶ୍ରମିକଙ୍କୁ ସେଠାରେ ନିୟୋଜିତ କରି ପାଣି ବୋତଲ ପ୍ରସ୍ତୁତ କରାଯାଉଥିଲା। ବିଭିନ୍ନ ସ୍ଥାନରୁ ଖାଲି ପାଣି ବୋତଲ ଆଣି ସେଥିରେ ପାଣି ଭର୍ତ୍ତି କରାଯାଉଥିଲା। ଏହାପରେ ୩ଟି କମ୍ପାନିର ଷ୍ଟିକର୍‌ ଲଗାଇ ତାହା ମାତ୍ର ୧୦ଟଙ୍କାରେ ବଜାରକୁ ଛଡ଼ା ଯାଉଥିଲା।

ବ୍ରହ୍ମପୁର ସହରର ସମେତ ବିଭିନ୍ନ ଅଞ୍ଚଳକୁ ଏହି ପାଣି ବୋତଲ ରପ୍ତାନି ହେଉଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ଏ ଦିଗରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରୁ ୩ଟି କମ୍ପାନିର ଷ୍ଟିକର୍‌ ଓ ବସ୍ତା ବସ୍ତା ଖାଲି ବୋତଲ ଜବତ ହୋଇଛି। ଏ ନେଇ କେସ୍ ନମ୍ବର ୨୦/୨୧ରେ ଏକ ମାମଲା ରୁଜୁ ହୋଇଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe