ଏଣିକି ରେଡିଓ ପାଠଶାଳା ଅବଧି ୩୦ ମିନିଟ୍‌

Advertisment
ଏଣିକି ରେଡିଓ ପାଠଶାଳା ଅବଧି ୩୦ ମିନିଟ୍‌

ଭୁବନେଶ୍ବର : ‌ରେଡିଓ ପାଠଶାଳା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ତାହାକୁ ଦୃଷ୍ଟିରେ ରଖି ଗତ ମାସ ୨୮ ତାରିଖରୁ ଆରମ୍ଭ ହୋଇଥିବା ରେଡିଓ ପାଠଶାଳା କାର୍ଯ୍ୟକ୍ରମର ଅବଧିକୁ ବଢ଼ା‌ଇ ଦିଆଯାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ପ୍ରସାରିତ ହୋଇଥିବା ରେଡିଓ ପାଠଶାଳା କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ ଟାରୁ ୧୦ଟା ୧୫ ପର୍ଯ୍ୟନ୍ତ ପ୍ରସାରଣ ହେଉଥିଲା। ଏବେ ଏହି ଅବଧିକୁ ୩୦ ମିନିଟ୍‌ ବୃଦ୍ଧି କରାଯାଇଛି।

ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ ଏନେଇ ସମସ୍ତ ଜିଲା ଶିକ୍ଷା ଅଧିକାରୀ(ଡିଇଓ) ଓ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ମାନଙ୍କୁ ଚିଠି ଲେଖି କହିଛନ୍ତି ଯେ ମାର୍ଚ୍ଚ ୧୭ଠାରୁ ବିଦ୍ୟାଳୟ ବନ୍ଦ ରହିଛି। ତେଣୁ ଛାତ୍ରଛାତ୍ରୀଙ୍କୁ ରେଡ଼ିଓରେ ପାଠ ପଢାଇବା ପାଇଁ ‘ରେଡ଼ିଓ ପାଠଶାଳା’ କାର୍ଯ୍ୟକ୍ରମ ପ୍ରସାରଣ ଚାଲିଛି। ଏଣିକି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରସାରିତ ହେଉଥିବା ରେଡ଼ିଓ ପାଠଶାଳା କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ ଟାରୁ ୧୦ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ପ୍ରସାରଣ କରାଯିବ। ତାହାକୁ ଦୃଷ୍ଟିରେ ରଖି ଆସନ୍ତା ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ପ୍ରସାରଣ ହେବାକୁ ଥିବା କାର୍ଯ୍ୟକ୍ରମର ସମୟ ସାରଣୀ ପ୍ରଦାନ କରାଯାଇଛି। ଡିଇଓ ଓ ବିଇଓମାନେ ଏହି କାର୍ଯ୍ୟକ୍ରମ ସମ୍ବନ୍ଧରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe