ଦୁର୍ଗାପୂଜା ପାଇଁ ଟ୍ଵିନ୍‌ସିଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା

Advertisment
ଦୁର୍ଗାପୂଜା ପାଇଁ ଟ୍ଵିନ୍‌ସିଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଦଶହରା ପାଇଁ ଭୁବନେଶ୍ୱର ଏବଂ କଟକର ସୁରକ୍ଷା ବ୍ୟବସ୍ଥାକୁ ସୁଦୃ କରିବା ଏବଂ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଗତକାଲି କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ଓ କଟକ ଡିସିପି ଅଖିଳେଶ ସିଂହଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। କଟକ ଓ ଭୁବନେଶ୍ୱରରେ ସମୁଦାୟ ୭୯ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ ବୋଲି ମଧ୍ୟ ସ୍ଥିର ହୋଇଥିଲା।

ଏବର୍ଷ ରାଜଧାନୀ ଭୁବନେଶ୍ୱରରେ ୧୭୨ଟି ପୂଜା କମିଟି ପକ୍ଷରୁ ମା’ଙ୍କ ପୂଜା ଅନୁଷ୍ଠିତ ହେଉଥିବା ବେଳେ କଟକରେ ୧୬୮ଟି କମିଟି ପକ୍ଷରୁ ଦୁର୍ଗାପୂଜା ଆୟୋଜନ କରାଯାଇଛି।

ପୂଜା ସମୟରେ କୌଣସି ପ୍ରକାର ଅସୁବିଧା ନ ଉପୁଜିବା ପାଇଁ ବିଭିନ୍ନ ପ୍ରକାର ବନ୍ଦୋବସ୍ତ କରାଯାଇଛି।
ଆତଙ୍କବାଦୀ ହମଲା ପାଇଁ ପ୍ରସ୍ତୁତ ରହିବ ଏସଓଜି। ଚାରିଆଡ଼େ ସିସିଟିଭି ଲଗାଯିବ। ଟ୍ରାଫିକ୍‌ ବ୍ୟବସ୍ଥାରେ ମଧ୍ୟ ଅସ୍ଥାୟୀ ପରିବର୍ତ୍ତନ କରାଯିବ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe