ଧର୍ମଶାଳା: ଧର୍ମଶାଳା ବ୍ଲକ ବଡ଼କାଏମା ପଞ୍ଚାୟତ ବମ୍ପୁ ଗ୍ରାମର ଦୁର୍ଗାପ୍ରସାଦ ପଣ୍ତା ଓଜେଏସ୍ ପରୀକ୍ଷାରେ କୃତିତ୍ବ ହାସଲ କରିଛନ୍ତି। ୧୨ ନମ୍ବର ସ୍ଥାନରେ ସେ ରହିଛନ୍ତି। ରାଜନୀତି ବିଜ୍ଞାନ ଛାତ୍ର ଦୁର୍ଗାପ୍ରସାଦ ଆଇନ ଅଧ୍ୟୟନ କରିବା ପରେ ଓଜେଏସ୍ ପରୀକ୍ଷା ଦେଇଥିଲେ। ପ୍ରଥମ ପ୍ରଚେଷ୍ଟାରେ ସେ ଏହି ପରୀକ୍ଷାରେ ସଫଳତା ପାଇଛନ୍ତି। ଏଥିପାଇଁ ସେ ତାଙ୍କ ବାପା ଆଇନଜୀବୀ ସୁରେନ୍ଦ୍ର ପଣ୍ତା, ମା' ଶିକ୍ଷୟିତ୍ରୀ ନିବେଦିତା ଦାଶ, ବଡ଼ବାପା ଅବସରପ୍ରାପ୍ତ ଜଜ୍ ଗୟାଧର ପଣ୍ତା ଓ ଶିକ୍ଷକମାନଙ୍କୁ ଶ୍ରେୟ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଓଜେଏସ୍ ପାଇବାରେ ଦୁର୍ଗାପ୍ରସାଦ ତାଙ୍କ ପରିବାରର ଷଷ୍ଠ ସଦସ୍ୟ। ପୂର୍ବରୁ ତାଙ୍କ ବଡ଼ବାପା, ବଡ଼ବୋଉ ମିନତି ପଣ୍ତା, କକା ମାନସ କୁମାର ପଣ୍ତା, ବଡ଼ବାପାଙ୍କ ପୁଅ ରଜତ କୁମାର ପଣ୍ତା, ଭାଉଜ ସୌମ୍ୟା ସୋନାଲିକା ପ୍ରଧାନ ଓଜେଏସ୍ ପାଇଛନ୍ତି। ବଡ଼ବାପା ଓ ବଡ଼ବୋଉ ବିଚାରପତି ପଦବିରୁ ଅବସର ଗ୍ରହଣ କରିସାରିଛନ୍ତି। ଦୁର୍ଗାପ୍ରସାଦଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜଣାଯାଇଛି।
Follow Us