କଟକ ପୂଜା ଖୁସିରେ ବାଧକ ସାଜିଲା ବର୍ଷା, ଦିନ ତମାମ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ହ୍ରାସ

Advertisment
କଟକ ପୂଜା ଖୁସିରେ ବାଧକ ସାଜିଲା ବର୍ଷା, ଦିନ ତମାମ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ହ୍ରାସ

କଟକ: ଐତିହାସିକ କଟକ ଦୁର୍ଗାପୂଜା ଖୁସିରେ ବାଧକ ସାଜିଲା ବର୍ଷା | ରାଜ୍ୟରେ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ଆଜି ଦିନସାର ଶ୍ରଦ୍ଧାଳୁଙ୍କର ଉପସ୍ଥିତି ହ୍ରାସ ପାଇଛି। ମଣ୍ଡପରେ ନବମୀ ପୂଜା ଜାରି ରହିଥିବା ବେଳେ ଭୋର ସକାଳ ଠାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଫଳରେ ଲୋକେ ମା’ଙ୍କ ମହାନବମୀ ଦର୍ଶନ କରିବାରୁ ବଞ୍ଚିତ ଥିଲେ। ସନ୍ଧ୍ୟାରେ ପାଗରେ ପରିବର୍ତ୍ତନ ଆସିବାରୁ ଅର୍ଥାତ ବର୍ଷା ଛାଡ଼ିଯିବାରୁ ପୁଣି ଥରେ ଲୋକେ ଦୁର୍ଗାମଣ୍ଡପ ବୁଲିଥିଲେ। କଟକ ସହରର ଗଳିକନ୍ଦି ଠାରୁ ଆରମ୍ଭ କରି ମୁଖ୍ୟରାସ୍ତା ଗୁଡ଼ିକରେ ଜନସମୁଦ୍ର ପାଲଟି ଥିଲା।

publive-image

ସମଗ୍ର ଉପକୂଳ ଓଡ଼ିଶା ‌ସମେତ କଟକ ସହରରେ ସୋମବାର ମଧ୍ୟରାତ୍ରି ଠାରୁ ବର୍ଷା ଜାରି ରହିଥିଲା। ଏହି ପୂଜା ମାହୋଲକୁ ଫିକା କରି ଦେଇଥିଲା ଲଘୁଚାପ ଜନିତ ବର୍ଷା । ଏହାରି ଭିତରେ ଭକ୍ତମାନେ ମା’ଙ୍କ ଦର୍ଶନ କରିବା ପାଇଁ ବ୍ୟାକୁଳ ହୋଇଉଠିଥିଲେ । ଦିନ ତମାମ ବର୍ଷା ଲାଗି ରହିଥିବାରୁ ପୂଜା ମଣ୍ଡପ ମାନଙ୍କରେ ଲୋକଙ୍କ ଭିଡ଼ ନଥିଲା । ହେଲେ ଅପରାହ୍ନ ୪ଟା ପରେ ବର୍ଷା ଛାଡିଥିବାବେଳେ ସପ୍ତମୀ, ଅଷ୍ଟମୀ ଭଳି ଆଜି ମହାନବମୀରେ ସନ୍ଧ୍ୟାରେ ମଣ୍ଡପ ଗୁଡିକ ସମ୍ମୁଖରେ ଜମିଛି ଭିଡ଼ | ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ମିନା ବଜାର ଓ ସ୍ୱସ୍ୱାଦ୍ୟ ଖାଦ୍ୟ ଖାଇ ପୂଜାକୁ ଧୂମଧାମର ସହ ପାଳୁଛନ୍ତି ସହରବାସୀ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe