ମୟୂରଭଞ୍ଜ: ବିନା ଭକ୍ତରେ କଟିବ ପାର୍ବଣର ଋତୁ

Advertisment

ନଥିବ ଭକ୍ତଙ୍କ ଗହଳି, ଶାରଦୀୟ ଉତ୍ସାହରେ ଭଟ୍ଟା ପକାଇଲା ମହାମାରୀ

ନଥିବ ଭକ୍ତଙ୍କ ଗହଳି, ଶାରଦୀୟ ଉତ୍ସାହରେ ଭଟ୍ଟା ପକାଇଲା ମହାମାରୀ

ବିରାଜିଲେ ଜଗତ୍ ଜନନୀ; ଅନୁଗୁଳ ସହରରେ ୧୧ଟି ପୂଜା ମଣ୍ଡପ

indicative image credit : World Religion News

ବାରିପଦା :  ଆଉ ହେବନି କୋଳାହଳ କି ଭକ୍ତଙ୍କ ଗହଳି। ନଥିବା ପାର୍ବଣର ଉତ୍ସାହ କି ଶାରଦୀୟ ଆନନ୍ଦ। ନୂଆ ‌ପୋଷାକ ପିନ୍ଧି ପୂଜା ବୁଲିବା, ଭଳିକି ଭଳି ଖାଦ୍ୟ ଖାଇବା, ବନ୍ଧୁମାନଙ୍କ ସହିତ ମନଭରି ପୂଜାକୁ ଉପଭୋଗ କରିବା ଚଳିତ ବର୍ଷ ଯେ ହେବନାହିଁ ତାହା ଆଜି ସ୍ପଷ୍ଟ ହୋଇଯାଇଛି। ପାର୍ବଣର ଋତୁ ଆସିଲେ ସମସ୍ତଙ୍କ ମନପ୍ରାଣରେ ଖେଳିଯାଏ ଅପୂର୍ବ ଉନ୍ମାଦନା। ଅଫୁରନ୍ତ ଖୁସିରେ ଉଲ୍ଲସିତ ‌ହୁଅନ୍ତି ସମସ୍ତେ। ମାତ୍ର ଚଳିତ ବର୍ଷ ସବୁକୁ ଫିକା କରିଦେଇଛି ମହାମାରୀ କରୋନା। ଏପରିକି କେହି ଦେବୀ ଦର୍ଶନ ମଧ୍ୟ କରିପାରିବେନି ବୋଲି କଡ଼ା କଟକଣା ଜାରି କରାଯାଇଛି। ସାଂସ୍କୃତିକ ସହର ବାରିପଦାରେ ଚଳିତ ପାର୍ବଣ ଋତୁ ବିନା ଭକ୍ତରେ କଟିବ। ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଏବଂ କାଳୀ ପୂଜା କରିବା ନେଇ ଆଜି ଜିଲ୍ଲାପ୍ରଶାସନ ଜାରି କରିଥିବା ମାର୍ଗଦର୍ଶୀକାରୁ ଏହା ସ୍ପଷ୍ଟ ହୋଇଛି।

କରୋନା ମହାମାରୀ କାରଣରୁ ଚଳିତ ଶାରଦୀୟ ଦୁର୍ଗାପୂଜା ଶ୍ରଦ୍ଧାଳୁଙ୍କ ବିନା ହିଁ ସମ୍ପନ୍ନ ହେବ । କେବଳ ଯାହା ରୀତିନୀତି ପାଳନ କରିବାକୁ ପରମ୍ପରା ବଜାୟ ରଖିବାକୁ ନିହାତି ନିରାଡମ୍ବର ଭାବେ ଘରେ କଲାଭଳି କରାଯିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ମାର୍ଗଦର୍ଶୀକା ଜାରି କରାଯାଇଛି। ପୂଜା ମଣ୍ଡପ କର୍ମକର୍ତ୍ତାମାନେ ପ୍ରଥମେ ପୂଜା ନିମନ୍ତେ ସଂପୃକ୍ତ ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ୍‌ଙ୍କଠାରୁ ଅନୁମତି ନେବାକୁ ଆବେଦନ କରିବାକୁ ହେବ। ବିନା କୌଣସି ସାଜସଜ୍ଜା ଏବଂ ସାଧାରଣ ଦର୍ଶକ ଏବଂ ଭକ୍ତଙ୍କ ବିନା ହିଁ ପରମ୍ପରା ମୁତାବକ ପୂଜାବିଧି ପାଳନ କରାଯିବ। ମୂର୍ତ୍ତିର ଉଚ୍ଚତା କୌଣସି ପରିସ୍ଥିତିରେ ମଧ୍ୟ ୪ଫୁଟ୍‌ରୁ ଅଧିକ ହେବ ନାହିଁ। ପୂଜା ମଣ୍ଡପର ୩ପାଖ ସମ୍ପୂର୍ଣ୍ଣ ଆବଦ୍ଧ ରହିବା ସହିତ ୪ର୍ଥ ପାଖ ମଧ୍ୟ ସାଧାରଣ ଦର୍ଶନାର୍ଥୀ ଏବଂ ଭକ୍ତ ଯେପରି ମୂର୍ତ୍ତିକୁ ଦେଖିନପାରିବେ ସେପରି କରାଯିବ। କୌଣସି ହାଲତରେ ମଧ୍ୟ ଭକ୍ତଙ୍କୁ ଦେବୀ ଦର୍ଶନ ନିମନ୍ତେ ଅନୁମତି ପ୍ରଦାନ କରାଯିବ ନାହିଁ। ଏନେଇ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ସେହିପରି ପୂଜା ମଣ୍ଡପରେ ମଧ୍ୟ କର୍ତ୍ତା, ପୁରୋହିତଙ୍କୁ ମିଶାଇ ୭ଜଣରୁ ଅଧିକ କର୍ମକର୍ତ୍ତା ରହିପାରିବେ ନାହିଁ ବୋଲି ଉଲ୍ଲେଖ କରାଯାଇଛି। ମଣ୍ଡପରେ ରହୁଥିବା କର୍ମକର୍ତ୍ତାମାନେ କୋଭିଡ୍‌ କଟକଣା ମାନିବା ସହିତ କେନ୍ଦ୍ର/ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ନିୟମ ମାନିବାକୁ ବାଧ୍ୟ ହେବେ ବୋଲି କୁହାଯାଇଛି।

ବିନା କୌଣସି ବାଦ୍ୟଯନ୍ତ୍ର, ମାଇକ କିମ୍ବା ବାଣରୋଷଣିରେ କଟିବ ଚଳିତ ଶାରଦୀୟ ଦୁର୍ଗାପୂଜା। କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଲଗାଇଛି ଜିଲ୍ଲାପ୍ରଶାସନ। କେବଳ ପରମ୍ପରା ଏବଂ ରୀତିନୀତି ବଞ୍ଚାଇବାକୁ ଯ‌ାହା ହେବ ପୂଜା। ଏହା ସମଗ୍ର ଭକ୍ତ ସମାଜକୁ ବ୍ୟଥିତ କରିଛି। ସମସ୍ତଙ୍କ ମନରେ ବିରସ ଭରିଯାଇଛି। ତେବେ କରୋନା ଭଳି ମହାମାରୀକୁ ମୁକାବିଲା କରିବା ନିମନ୍ତେ ଏପରି କଟକଣାକୁ ମାନିବାକୁ ପଡ଼ିବ ବୋଲି ମତପ୍ରକାଶ ପାଇଛି। ସେହିପରି ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ ବୋଲି କହିଛନ୍ତି ଯୁବସଂଘ ଦୁର୍ଗାପୂଜା କମିଟିର ଅଧ୍ୟକ୍ଷ ଜ୍ୟୋତିପ୍ରକାଶ ରଥ। କରୋନା କଟକଣା କାରଣରୁ ଚଳିତ ବ‌ର୍ଷ ପୂଜା ଅନ୍ତତଃ ବନ୍ଦ ନହେଉ ବୋଲି ଆମେ ଚାହୁଁଥିଲୁ। ତେଣୁ ଜିଲ୍ଲାପ୍ରଶାସନ କେବଳ ପରମ୍ପରା ଓ ରୀତିନୀତି ମାନି ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ବିଧିରକ୍ଷା ନିମନ୍ତେ ଆମେ ପୂଜା କରିବୁ ବୋଲି ଶ୍ରୀ ରଥ ପ୍ରକାଶ କରିଛନ୍ତି। ନିକଟରେ ବାରିପଦାରେ ଦୁର୍ଗା ଓ କାଳୀପୂଜା କରିବା ନିମନ୍ତେ ପ୍ରାୟ ୨୫ଟି ପୂଜା କମିଟିର କର୍ମକର୍ତ୍ତା ଜିଲ୍ଲାପାଳଙ୍କୁ ଭେଟି ଆବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe