ଭବାନୀପାଟଣା/ଜୁନାଗଡ଼: ଶନିବାର ସନ୍ଧ୍ୟାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଜୁନାଗଡ଼ ଗସ୍ତବେଳେ ଅଣ୍ଡାମାଡ଼ ହୋଇଥିବା ଜଣାଯାଇଛି। ମନ୍ତ୍ରୀ ଜୁନାଗଡ଼ ସହରସ୍ଥିତ ବିଜୁପଟ୍ଟନାୟକ ଷ୍ଟାଡିୟମ୍ରେ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଶୋଭାଯାତ୍ରାରେ ଜୁନାଗଡ଼ ସହରକୁ ଯାଉଥିଲେ। ଏହି ସମୟରେ ବ୍ଲକ୍ ଛକ ନିକଟରେ ତାଙ୍କୁ ବିରୋଧ କରି ଅଣ୍ଡାମାଡ଼ କରାଯାଇଥିଲା। ଅଣ୍ଡା କାହା ଦେହରେ ବାଜି ନଥିବା ବେଳେ ରାସ୍ତାରେ ଅଣ୍ଡା ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ଶୋଭାଯାତ୍ରାକୁ ସେହିଠାରେ ସ୍ଥଗିତ କରି ମନ୍ତ୍ରୀ ଗାଡ଼ି ଯୋଗ ଭବାନୀପାଟଣା ଫେରିଥିଲେ। ତେବେ, ଏହି ଘଟଣା ପରେ ଭବାନୀପାଟଣାରେ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଜୁନାଗଡ଼ ଥାନା ଆଇଆଇସି ଉତ୍ତମ ସାହୁଙ୍କୁ ପଚାରିବାରୁ, ଆମ ପାଖରେ ଅଣ୍ଡାମାଡ଼ ନେଇ କିଛି ସୂଚନା ନାହିଁ ବୋଲି କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us