ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲା: ଦୁଇ ସାମ୍ବାଦିକଙ୍କୁ ମାରାଥନ୍ ଜେରା

Advertisment
ବଢ଼ୁଛି ଦୁଷ୍ମନ୍ତ ମୃତ୍ୟୁ ରହସ୍ୟ: ୨ ୱେବ ସାମ୍ବାଦିକଙ୍କ ଭୂମିକାକୁ ନେଇ ଚର୍ଚ୍ଚା

କଟକ : ବଡ଼ ଡାକ୍ତରଖାନାରେ ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁର ୨୪ ଘଣ୍ଟା ପୂର୍ବରୁ ଯେଉଁମାନେ ତାଙ୍କ ସହିତ ଫୋନରେ ଯୋଗାଯୋଗ କରିଥିଲେ ସମସ୍ତଙ୍କୁ ମଙ୍ଗଳାବାଗ ଥାନା ପୁଲିସ ଜେରା କରିବ। ମୃତ୍ୟୁ ପୂର୍ବରୁ ଦୁଷ୍ମନ୍ତଙ୍କ ମାନସିକ ସ୍ଥିତି କିଭଳି ରହିଥିଲା ଏବଂ ତାଙ୍କୁ ଫୋନ୍ କରିଥିବା ଲୋକଙ୍କ ସହିତ ସେ କଣ କଥା ହୋଇଥିଲେ, ସେ ସମ୍ପର୍କରେ ଜାଣିବାକୁ ଚାହିଁଛି ପୁଲିସ। ସେଥିପାଇଁ ସମସ୍ତଙ୍କ କଲ୍ ଡିଟେଲ୍ ପୁଲିସ ସଂଗ୍ରହ କରିଛି। ଏହି ତାଲିକାରେ କଟକ ଓ ଭୁବନେଶ୍ବରର ଏକାଧିକ ସାମ୍ବାଦିକଙ୍କ ନାଁ ରହିଛି।

ବୁଧବାର ଦିନ ମଙ୍ଗଳାବାଗ ଥାନା ପୁଲିସ ଦୁଇ ୱେବ୍‌ ଚ୍ୟାନେଲ୍ ସାମ୍ବାଦିକ ସ୍ବପ୍ନା ଟିଭିର ଅସିତ କୁମାର ରାଉତ ଏବଂ ଦୀପ୍ତି ଓରଫ ଦାମୋଦର ସେଠୀଙ୍କୁ ପ୍ରାୟ ୭ ଘଣ୍ଟା କାଳ ଜେରା କରିଛି। ଦିନ ପ୍ରାୟ ୧୦ଟାରୁ ଅପରାହ୍ନ ପ୍ରାୟ ୫ଟା ଯାଏ ଜେରା କରାଯାଇଛି। ଉଭୟଙ୍କୁ ପ୍ରଥମେ ଏକାଠି ଓ ପରେ ପୃଥକ ଭାବେ ‌ଜେରା କରାଯାଇଛି। ଦୁଷ୍ମନ୍ତ ବଡ଼ ଡାକ୍ତରଖାନାରୁ ଭୁବନେଶ୍ବର ଯିବା ଓ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ସମୟରେ ଏହି ଦୁଇ ସାମ୍ବାଦିକଙ୍କ ସହିତ ନିୟମିତ ଯୋଗାଯୋଗରେ ଥିଲେ। ତେବେ ଦୁଷ୍ମନ୍ତଙ୍କୁ ଭୁବନେଶ୍ବର ନେବା ପଛରେ ଏମାନଙ୍କର କୌଣସି ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ପୁଲିସ ସେମାନଙ୍କୁ ପଚାରିଥିଲା। ଆସନ୍ତାକାଲି ପୁଣି ସେମାନଙ୍କୁ ମଙ୍ଗଳାବାଗ ଥାନାରେ ହାଜର ହେବାକୁ କୁହାଯାଇଛି। ଏହା ସହିତ ଆହୁରି ଦୁଇ ଜଣଙ୍କୁ ଆସନ୍ତାକାଲି ପୁଲିସ ଜେରା କରିବାକୁ ଯୋଜନା କରିଥିବା ସୂଚନା ମିଳିଛି। ଦୁଷ୍ମନ୍ତଙ୍କୁ ଆତ୍ମହତ୍ୟା କରିବାକୁ କେହି ଉସୁକାଇଛନ୍ତି କି ନାହିଁ, ସେ ସମ୍ପର୍କରେ ପୁଲିସ ମୁଖ୍ୟତଃ ଜାଣିବାକୁ ତଦନ୍ତ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe