କରୋନା କଟକଣା ମଧ୍ୟରେ ଦଶହରା ସଂପନ୍ନ, ଶ୍ରଦ୍ଧାଳୁଙ୍କୁ ବାରଣ ହେଲା ପୂଜା ମଣ୍ଡପ

Advertisment

ମୂର୍ତ୍ତି ବିସର୍ଜନରେ ମଧ୍ୟ ଜାରି ରିହବ କଟକଣା

ମୂର୍ତ୍ତି ବିସର୍ଜନରେ ମଧ୍ୟ ଜାରି ରିହବ କଟକଣା

କରୋନା କଟକଣା ମଧ୍ୟରେ ଦଶହରା ସଂପନ୍ନ, ଶ୍ରଦ୍ଧାଳୁଙ୍କୁ ବାରଣ ହେଲା ପୂଜା ମଣ୍ଡପ

ଭୁବନେଶ୍ୱର: ଆଜି ଦଶହରାର ଅନ୍ତିମ ଦିନ ବିଜୟା ଦଶମୀ । ଉଭୟ ଶକ୍ତିପୀଠ ଓ ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତିଙ୍କ ପାଖରେ ଦଶହରା ପୂଜା କରାଯାଇଛି । କରୋନା ଯୋଗୁଁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ତଥାପି ନିରାଡମ୍ବର ଭାବେ ରାଜ୍ୟର ବିଭିନ୍ନ ଭାଗରେ ଦଶମୀ ପୂଜା କରାଯାଇଛି । ଦଶହରା ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ମଧ୍ୟ ମାତୃଶକ୍ତି ବନଦୁର୍ଗାଙ୍କୁ ପୂଜା କରି ପ୍ରବଳ ପ୍ରତାପୀ ରାବଣକୁ ବଦ୍ଧ କରିଥିଲେ । ତେଣୁ ଦଶହରାକୁ ଅଧର୍ମ ଉପରେ ଧର୍ମର ବିଜୟ ଓ ଅସତ୍ୟ ଉପରେ ସତ୍ୟର ବିଜୟ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଉଛି ।

ଦଶହରାର ଆଉ ଏକ ନିଆରା ପରମ୍ପରା ସିନ୍ଦୁର ଖେଳ । ମହିଳାମାନେ ସ୍ୱାମୀ ଓ ପରିବାରର ଶୁଭମନାସୀ ଦେବୀ ଦୁର୍ଗାଙ୍କୁ ସିନ୍ଦୁର ଲଗାଇଥାନ୍ତି । ଏହାପରେ ପରସ୍ପର ଭିତରେ ସିନ୍ଦୁର ଲଗାଇଥାନ୍ତି । ବଙ୍ଗୀୟ ପରମ୍ପରାରେ ଦଶହରା ପାଳନ ହେଉଥିବା ପୂଜା ମଣ୍ଡପ ଗୁଡିକରେ ଏହି ବିଧି ଦେଖିବାକୁ ମିଳିଛି । ମାଲକାନଗିରି, ବାଲେଶ୍ୱର ଓ ପୁରୀରେ ମହିଳାମାନେ ମାଆଙ୍କ ପୂଜା ମଣ୍ଡପରେ କୋଭିଡ କଟକଣା ଭିତରେ ସିନ୍ଦୁର ଖେଳିଛନ୍ତି ।

ଦଶହରା ପୂଜା ସହ ବିଦାୟ ନେଉଛନ୍ତି ମା’ ଦୁର୍ଗା । ପୁଣି ବର୍ଷକ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଧରାପୃଷ୍ଠକୁ ଆସିବେ ଜଗତଜନନୀ ଦେବୀ ଦୁର୍ଗା । ରୀତିନୀତି ଅନୁୟାୟୀ ମାଙ୍କର ପୂଜାର୍ଚ୍ଚନା ହେଲା କିନ୍ତୁ ନଥିଲା ପୂର୍ବ ଭଳି ଉତ୍ସାହ । ମନର କୋହକୁ ମନରେ ମାରି ପରଦା ପଛପଟୁ ଦୁରରେ ଥାଇ ଦେବୀଙ୍କୁ ଆରାଧନା କଲେ ଭକ୍ତ । ମାଙ୍କୁ ଦେଖିପାରିନଥିବାରୁ ଭାବବିହ୍ୱଳ ହୋଇପଡିଛନ୍ତି ଶ୍ରଦ୍ଧାଳୁ ।

ଶନିବାର ଭଷାଣୀ ପାଇଁ ବିଏମସି ପକ୍ଷରୁ ଭୁବନେଶ୍ୱରରେ ୩ଟି ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି। କୁଆଖାଇ ନଦୀରେ ଦୁଇଟି ଓ ଦୟୀ ନଦୀରେ ଗୋଟିଏ ଅସ୍ଥାୟୀ ପୋଖରି କରିଛି ପ୍ରଶାସନ । ନା ବାଜିବ ବାଜା ନା ହେବ ରୋଷଣୀ । ଶାନ୍ତି ଶୃଙ୍ଖଳା ସହ ବିସର୍ଜନ କରିବା ପାଇଁ ଭୁବନେଶ୍ୱର ଶାନ୍ତି କମିଟି ସମସ୍ତ ପୂଜା କମିଟିକୁ ଜଣାଇଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe