ଖଣି ଅଞ୍ଚଳରେ ଧୂଳିଝଡ଼

ଖଣି ଅଞ୍ଚଳରେ ଧୂଳିଝଡ଼

(representational immage) Australasian Mine Safety Journal

କାଳିଆପାଣି: କାଳିଆପାଣି ଖଣିଅଞ୍ଚଳରେ ଆଜି ସଂଧ୍ୟା ୭ଟାରୁ ଅଧଘଣ୍ଟାଏ ଧରି ଧୂଳିଝଡ଼ ହୋଇଥିଲା। ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସିଥିଲେ ମଧ୍ୟ ବର୍ଷା ନଥିଲା। ପ୍ରବଳ ବେଗରେ ପବନ ବହିଥିଲା। ୫ ମାସ ଧରି ଏଠାରେ ବର୍ଷା ହୋଇନଥିବା ବେଳେ ଧୂଳିଝଡ଼ର ପ୍ରକୋପ ଅଧିକ ରହିଥିଲା। ବିଭିନ୍ନ ଖଣିର ଖୋଲା ମାଟି ଡମ୍ପ୍(କୃତ୍ରିମ ପାହାଡ଼)ରୁ ତଥା ଆଖପାଖ ନଣ୍ଡା ପଡ଼ିଆରୁ ଧୂଳି ଉଡ଼ି ପରିବେଶକୁ ଅସ୍ତବ୍ୟସ୍ତ କରି ପକାଇଥିଲା। କେତେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି।

ମହ୍ଲାରସାହି ମାଙ୍କେଡ଼ିଆ ବସ୍ତି ପାଖରେ ରହୁଥିବା ଖଣି ଶ୍ରମିକ ବାବୁ ସର୍ଦ୍ଦାରଙ୍କ ଘର ଉପରେ ଏକ ବଡ଼ ଆମ୍ବଗଛ ଭାଙ୍ଗି ପଡ଼ିବାରୁ ଘର କ୍ଷତିଗ୍ରସ୍ତ ହୋଇଛି। ତାଙ୍କ ପରିବାର ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ସଂପୂର୍ଣ୍ଣ ବ୍ୟାହତ ହୋଇଛି। ରାତି ୯ଟା ସୁଦ୍ଧା ଅଳ୍ପ ବର୍ଷା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe