ଦୂତି ଭାଙ୍ଗିଲେ ଜାତୀୟ କୀର୍ତ୍ତିମାନ

ଦୂତି ଭାଙ୍ଗିଲେ ଜାତୀୟ କୀର୍ତ୍ତିମାନ

Friday Magazine

ଭୁବନେଶ୍ବର : ଦୌଡ଼ରାଣୀ ଦୂତି ଚାନ୍ଦ ପୁଣି ଥରେ ନିଜ ୧୦୦ ମିଟର୍‌ ଜାତୀୟ କୀର୍ତ୍ତିମାନକୁ ପଛରେ ପକାଇ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ସୋମବାର ପାତିଆଲାଠାରେ ଇଣ୍ଡିଆନ୍ ଗ୍ରାଁପ୍ରି-୪ର ମହିଳା ୧୦୦ ମିଟର ଦୌଡ଼ରେ ଚଳିତ ଋତୁର ଶ୍ରେଷ୍ଠ ପ୍ରଦର୍ଶନ ସହ ନୂଆ ମିଟ୍ ଓ ଜାତୀୟ କୀର୍ତ୍ତିମାନ (୧୧.୧୭ ସେକେଣ୍ଡ୍‌) ସ୍ଥାପନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମାତ୍ର .୦୨ ସେକେଣ୍ଡ ସମୟ ପାଇଁ ଦୂତି ଟୋକିଓ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି। ଅଲିମ୍ପିକ୍ସ ଯୋଗ୍ୟତା ସମୟ ୧୧.୧୫ ସେକେଣ୍ଡ ରହିଥିଲା ବେଳେ ଏହାକୁ ଛୁଇଁବା ଲାଗି ତାଙ୍କ ପାଖରେ ଆଉ ଏକ ସୁଯୋଗ ରହିଛି। ଆସନ୍ତା ୨୫ରୁ ପାତିଆଲାରେ ହେବାକୁ ଥିବା ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଶେଷ ସୁଯୋଗ ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe