ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କୁ ବାନ୍ଧିଲା ଭିଜିଲାନ୍ସ

ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଦ୍ବାରା ଅଟକ ଥିବା କୋଟିପତି ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାନ୍ତରା ଗିରଫ ହୋଇଛନ୍ତି। ଏନେଇ ଭିଜିଲାନ୍ସ ନିର୍ଦେଶକ ଯଶବନ୍ତ ଜେଠୱା ସୂଚନା ଦେଇଛନ୍ତି। ୨୪ ଘଣ୍ଟା ଧରି ଭିଜିଲାନ୍ସ ସେଲରେ ଅଟକ ଥିବା ଗୟା ସାନ୍ତରାଙ୍କ ନାଁ ରେ ୧୩ଟି ପ୍ଲଟ ଓ ଆଲିସାନ ଫ୍ଲାଟ ଅଛି। ଏହାଛଡ଼ା ତାଙ୍କ ଘରୁ ନଗଦ କୋଟିଏ ୬ ଲକ୍ଷ ଟଙ୍କା ମିଳିଥିଲା।ତାଙ୍କ ଆକାଉଣ୍ଟରେ ରହିଛି ୪ କୋଟି ୧୯ ଲକ୍ଷ ଟଙ୍କା ଚଢ଼ାଉ ବେଳେ କେଜିଏ ସୁନା ଓ ୬ କେଜି ରୁପା ଜବତ ହୋଇଥିଲା।ତାଙ୍କ ସମ୍ପତ୍ତିର ପରିମାଣ ଆହୁରି ବୃଦ୍ଧି ହେବା ନେଇ ଆଶଙ୍କା ରହିଛି।


ପ୍ରକାଶ ଥାଉ କି, ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦେଶ କ୍ରମେ ରାଜ୍ୟ ଭିଜିଲାନ୍ସର ୭ଟି ଟିମ୍ ମଙ୍ଗଳବାର ରାଜଧାନୀ ଠାରୁ ଆରମ୍ଭ କରି ଯାଜପୁର, ନୟାଗଡ଼, କୋରାପୁଟ ସ୍ଥିତ ସାନ୍ତରାଙ୍କ ଭଡ଼ାଘର ଓ ସରକାରୀ କାର୍ଯ୍ୟାଳୟ, ନୟାଗଡ଼ ଓଡ଼ଗାଁସ୍ଥିତ ପୈତୃକ ବାସଭବନ, ରାୟଗଡ଼ା ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର ସମେତ ୭ଟି ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱରରେ ଥିବା ୩ମହଲା ବିଶିଷ୍ଟ କୋଠା, ଏକ କେବୁଲ୍ ଫ୍ୟାକ୍ଟ୍ରି, ଜୟଦେବ ବିହାର ଅଞ୍ଚଳରେ ଥିବା ୪ମହଲା ବିଶିଷ୍ଠ ନିର୍ମାଣାଧୀନ ବିଲ୍ଡିଂ, ସୁଙ୍କିରେ ଥିବା ଘର ଥିବା ଜଣାପଡ଼ିଥିଲା। ଏହାଛଡ଼ା ରାଜଧାନୀରେ ୭ଟି ପ୍ଲଟ, ଯାଜପୁରରେ ୫ଟି ଏବଂ ନୟାଗଡ଼ରେ ଗୋଟିଏ ପ୍ଲଟକୁ ଠାବ କରିଥିଲା। ସେହିପରି ବିଭିନ୍ନ ବ୍ୟାଙ୍କରେ ଥିବା ୧୬ଟି ଆକାଉଣ୍ଟ ଥିବା ବେଳେ ୩ଟି ଆକାଉଣ୍ଟରେ ସାଢ଼େ ୪କୋଟିରୁ ଊର୍ଧ୍ବ ଟଙ୍କା ଜମା ଥିବା ଜଣାପଡ଼ିଥିଲା। ବାକି ୧୨ଟି ଆକାଉଣ୍ଟର ଯାଞ୍ଚ କରାଯାଇଥିଲା।

publive-image
ଏହି ଚଢ଼ାଉରେ ୭ ଡିଏସପି, ୪ ଜଣ ଇନ୍ସପେକ୍ଟର, ଜଣେ ସବ୍-ଇନ୍ସପେକ୍ଟର ଏବଂ ୭ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ନିୟୋଜିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe